ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଉଦଳା : ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଉଦଳାରୁ ନେଇ ରାଜଧାନୀରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନାରେ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ଉଦଳା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୨ ଯୁବକ ଉଠାଇ ନେଇ ଭୁବନେଶ୍ୱର ଆସିଥିଲେ । ସେଠାରେ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ପରେ ପୁଣି ଭୁବନେଶ୍ୱରରୁ ଆଣି ଉଦଳାରେ ଛାଡିଥିଲେ । ନାବାଳିକା ଜଣକ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିବା ପରେ ଗାଁରେ ବୈଠକ ବସିଥିଲା। ହେଲେ କୌଣସି ପଦକ୍ଷେପ ନନେବାରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ।

Spread the love