ବିଶ୍ବକପ୍‌ ପାଇଁ ମହଙ୍ଗା ହେଲା ବିମାନ ଯାତ୍ରା, ୪୦ହଜାର ଟପିଲା ଟିକେଟର ଦାମ୍

ଅହମଦାବାଦ : ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ପୁରୁଷ ବିଶ୍ବକପ୍‌ ପାଇଁ ଖେଳସୂଚୀ ଘୋଷଣା ହେବା ପରେ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ ଅହେତୁକ ବୃଦ୍ଧି ପାଇଛି। ସବୁଠୁ ଅଧିକ ଚାହିଦା ରହୁଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ବେଳେ ପ୍ରସାରଣକାରୀ ସଂସ୍ଥା ବିଜ୍ଞାପନ ସୂତ୍ରରୁ ଅଧିକ ଆୟ କରିବା ଲକ୍ଷ୍ୟରେ ଥିବା ବେଳେ ବିଭିନ୍ନ ବିମାନ କମ୍ପାନିମାନେ ଏହି କ୍ରେଜ୍‌ର ଫାଇଦା ନେବା ପାଇଁ ଏବେଠାରୁ ଉଦ୍ୟମ ଆରମ୍ଭ କରିଦେଲେଣି। ପୂର୍ବରୁ ହୋଟେଲ ରୁମର ଭଡ଼ା ଆକାଶ ଛୁଆଁ ହୋଇଥିବା ବେଳେ ଏବେ ମହଙ୍ଗା ହୋଇଛି ବିମାନ ଯାତ୍ରା।

ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍, ଫାଇନାଲ ମ୍ୟାଚ୍ ଓ ଭାରତ-ପାକିସ୍ତାନ ମ୍ୟାଚ୍ ହେବାକୁ ଥିବାରୁ ଏବେ ଏହି ଦିନ ପାଇଁ ବିମାନ ଟିକେଟ ମହଙ୍ଗା ହୋଇଛି। ବିଭିନ୍ନ ମେଟ୍ରୋ ସିଟିରୁ ଅହମଦାବାଦ ଯିବାକୁ ଥିଲେ ଲୋକଙ୍କୁ ନିଜ ପକେଟ ବହୁତ ହାଲୁକା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

ସାଧାରଣତଃ ୩ମାସ ପୂର୍ବରୁ ମୁମ୍ବାଇରୁ ଅହମଦାବାଦ ଯିବା ପାଇଁ ବିମାନ ଟିକେଟ ବୁକ୍ କଲେ ଭଡ଼ା ୫ହଜାର ରହୁଥିବା ବେଳେ ବିଶ୍ବକପ ପାଇଁ ବିମାନ ଟିକେଟର ମୂଲ୍ୟ ୨୧, ୯୬୦ରେ ପହଞ୍ଚିଛି। ସେହିଭଳି ଦିଲ୍ଲୀରୁ ଅହମଦାବାଦ ଯିବା ପାଇଁ ବିମାନ ଟିକେଟ ବୁକ୍ କଲେ ଭଡ଼ା ୭ହଜାର ରହୁଥିବା ବେଳେ ବିଶ୍ବକପ ପାଇଁ ବିମାନ ଟିକେଟର ମୂଲ୍ୟ ୨୧, ୨୭୬ ରହିଛି। ଏହା ସହ…

୧. କୋଲକାତା-ଅହମଦାବାଦ(ଅନ୍ୟ ଦିନରେ-୧୧,୦୦୦, ବିଶ୍ବକପ ପାଇଁ-୪୨,୪୩୯)
୨. ବେଙ୍ଗାଲୁରୁ-ଅହମଦାବାଦ(ଅନ୍ୟ ଦିନରେ-୧୦,୦୦୦, ବିଶ୍ବକପ ପାଇଁ-୧୮,୬୭୫)

୩. ହାଇଦ୍ରାବାଦ-ଅହମଦାବାଦ(ଅନ୍ୟ ଦିନରେ-୧୦,୦୦୦, ବିଶ୍ବକପ ପାଇଁ-୩୫,୯୯୮)

୪. ଚେନ୍ନାଇ-ଅହମଦାବାଦ(ଅନ୍ୟ ଦିନରେ-୧୦,୦୦୦, ବିଶ୍ବକପ ପାଇଁ-୪୫,୪୨୫)

୫. ଚଣ୍ଡିଗଡ଼-ଅହମଦାବାଦ(ଅନ୍ୟ ଦିନରେ-୯,୫୦୦, ବିଶ୍ବକପ ପାଇଁ-୨୪,୪୩୮)

Spread the love