ଗାଁ ଭିତରକୁ ପଶିଆସିଲା ୨୦ ଫୁଟ ଲମ୍ବର ଅଜଗର

ଗାଁ ଭିତରକୁ ପଶିଆସିଲା ଅଜଗର, ଭୟଭୀତ ଲୋକେ। ଉଦ୍ଧାର ହେଲା ୨୦ ଫୁଟ ଲମ୍ବର ଅଜଗର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରଣସିଙ୍ଗପୁର ଗାଁରୁ ଏହି ସାପକୁ ଉଦ୍ଧାର କରାଯାଇଛି। ବିଳମ୍ବିତ ରାତିରେ ରାସ୍ତା ଉପରେ ଅଜଗର ଶୋଇଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ ଗାଁଲୋକ। ତେବେ ଲୋକଙ୍କ ଶବ୍ଦ ଶୁଣି ସାପଟି ପାଖ ଚାଷ ଜମିକୁ ପଳାଇ ଯାଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲା।

Spread the love