ନୂଆଦିଲ୍ଲୀରେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍ ସକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗୀତାର
ଫାଇନାଲରେ ବିଜୟ ହାସଲ କରିବା ଅବସରରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଦୃଷ୍ଟିହୀନ ମହିଳା  କ୍ରିକେଟ୍ ଟିମର ସଦସ୍ୟଙ୍କୁନୂଆଦିଲ୍ଲୀ ସ୍ଥିତ ବସଭବନରେ ସକ୍ଷାତ୍ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମର ସଦସ୍ୟଙ୍କୁ ସକ୍ଷାତ୍ କରି ଆନନ୍ଦିତ । ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗୀତା ଫାଇନାଲରେ ଓଡିଶା ଦଳ ଜିତିଥିବାରୁ ଅଭିନନ୍ଦନ । ଦୃଢ ଇଚ୍ଛାଶକ୍ତି ଓ ସାହସ ଥିଲେ ସଫଳତାର ମାର୍ଗରେ କୌଣସି ବାଧା ଉପୁଜିବ ନାହିଁ, ଏହି ଝିଅମାନେ ତାହା ପ୍ରମାଣିତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

Spread the love