କୋଲକାତାରୁ ପର୍ଯ୍ୟଟକଙ୍କୁ ନେଇ ପୁରୀ ଯାଉଥିବାବେଳେ ଓଲଟିଲା ବସ, ୨୦ରୁ ଅଧିକ ଯାତ୍ରୀ ଆହତ

ଭଣ୍ଡାରିପୋଖରୀ: କୋଲକାତାରୁ ପର୍ଯ୍ୟଟକଙ୍କୁ ନେଇ ପୁରୀ ଯାଉଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଏହି ଯାତ୍ରୀବାହୀ ବସ ଓଲଟିପଡିଛି | ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବାବେଳେ ସ୍ଥାନୀୟ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛି। ମିଳିଥିବା ସୂଚନା ମୁତାବକ ପ୍ରାୟ ୬୨ ଜଣ ପର୍ଯ୍ୟଟକଙ୍କୁ ନେଇ ଶିବମ ନାମକ ବସ କୋଲକାତାରୁ ପୁରୀ ଯାଉଥିଲା |ତେବେ ୧୬ନଂ ଜାତୀୟ ରାଜପଥର ଛତାବର ନିକଟରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏହି ଟୁରିଷ୍ଟ ବସ ଓଲଟି ପଡିଥିଲା । ବସଟି ଭାରସାମ୍ୟ ହରାଇ ଛତାବର ପେଟ୍ରୋଲ ପମ୍ପ ନିକଟରେ ଓଲଟି ପଡିଥିବାବେଳେ ଏଥିରେ ପ୍ରାୟ ୬୨ ଜଣ ଯାତ୍ରୀ ଥିବାବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ଓ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି | ସ୍ଥାନୀୟ ଲୋକ, ପୁଲିସ ଓ ଦମକଳ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଆହତମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଛି। ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Spread the love