ମଣିପୁର ହିଂସାରେ ଦୁଇ ମହିଳାଙ୍କୁ ବିବସ୍ତ୍ର ବୁଲାଉଥିବା ବ୍ୟକ୍ତି ଗିରଫ

ମଣିପୁରରେ ଦୁଇ ମହିଳାଙ୍କୁ ବିବସ୍ତ୍ର ବୁଲାଇବା ମାମଲାରେ ଦୁଇ ମାସ ପୁରୁଣା ଭିଡିଓ ଭାଇରାଲ ହୋଇଥିଲା । ଏହାର ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଗୁରୁବାର ଗିରଫ କରାଯାଇଛି । ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତର ଚିହ୍ନଟ ହେରଦାସ ନାଁର କରାଯାଇଥିଲା । ଯାହାକୁ ଥୌବଲ ଜିଲ୍ଲାରୁ ଗିରଫ କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଥିଲା ଜଣେ ଟିସାର୍ଟ ପିନ୍ଧି ମହିଳାଙ୍କୁ ଜୋରରେ ଧରି ଟାଣିନେଉଥିଲା । ପୁଲିସ ଏହା ମଧ୍ୟ କହିଛି ଯେ, ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ବଢାଯାଇଛି । ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ମଣିପୁରରେ ସ୍ଥିତି ଗମ୍ଭୀର ରହିଛି ।

Spread the love