ବାପାର ଟେଣ୍ଟା ଆକ୍ରମଣରେ ପୁଅ ମୃତ

ଜଗତସିଂହପୁର: ଜଗତସିଂହପୁର ଥାନା ରାଇଦଣ୍ଡା ଗାଁରେ ଅଘଟଣ । ସାମାନ୍ୟ ବଚଷାକୁ କେନ୍ଦ୍ର କରି ପୁଅକୁ ହତ୍ୟା କଲା ବାପା । ବାପାର ଟେଣ୍ଟା ଆକ୍ରମଣରେ ପୁଅର ମୃତ୍ୟୁ ହୋଇଛି । ଏହି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦର ଥାନା କାଦୁଅପଡା ପଞ୍ଚାୟତର ରାଇଦଣ୍ଡା ଗ୍ରାମରେ ।

ଗ୍ରାମର ସୁଦର୍ଶନ ଭୋଇଙ୍କ ସ୍ତ୍ରୀକୁ ସାମାନ୍ୟ କଥାକୁ ନେଇ ଆକ୍ରମଣ କରୁଥିବା ସମୟରେ ପୁଅ ଦିଲୀପ କୁମାର ଭୋଇ ତାଙ୍କୁ ବିରୋଧ କରିବାରେ ବାପା ପୁଅକୁ ଏକ ଟେଣ୍ଟl ସାହାଯ୍ୟରେ ମରଣାତ୍ମକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ପୁଅ ଦିଲୀପର ମୃତ୍ୟୁ ଘଟିଥିଲା ।

Spread the love