ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବ୍ୟକ୍ତିଗତ ଓ ରାଜନୈତିକ ସମସ୍ୟା ନେଇ ଅଭିଯୋଗ କଲେ ସଂଯୁକ୍ତା ମହଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବ୍ୟକ୍ତିଗତ ଓ ରାଜନୈତିକ ସମସ୍ୟା ନେଇ ଆଜି ଅଭିଯୋଗ କରିଛନ୍ତି ବିଜେଡି ନେତ୍ରୀ ସଂଯୁକ୍ତା ମହଲ | ପୋଲସରା ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସହ ସମ୍ପର୍କ ଥିବାର ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ସଂଯୁକ୍ତା ମହଲ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ କହିଛନ୍ତି ଯେ ସମସ୍ୟାର ସମାଧାନ ହେବା ନେଇ ପ୍ରତିଶୃତି ମିଳିଛି | ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ପ୍ରତିଶୃତି ମିଳିଛି ପ୍ରତିଶୃତି | ଶ୍ରୀକାନ୍ତ ସାହୁଙ୍କ ସହ ଆଇନଗତ ଲଢେଇ ଜାରି ରହିଛି | ୨୦୧୫ରୁ ଆମ ସମ୍ପର୍କ ରହିଆସିଥିଲା ଓ ମନ୍ତ୍ରୀ ହେଲା ପରେ ସେ ଦୂରେଇ ଯାଇଥିଲେ | ଶ୍ରୀକାନ୍ତ ଉଭୟ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି | ନ୍ୟାୟ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେବି ବୋଲି ସଂଯୁକ୍ତା କହିଛନ୍ତି | ସଂଯୁକ୍ତା କହିଛନ୍ତି, ମୁଁ ଏଫଆଇଆର ଦେଇଥିଲି । କିନ୍ତୁ ମୋ ଅଭିଯୋଗ ଅନୁସାରେ କେସ୍ ହୋଇନି । ଶାରୀରିକ ଓ ମାନସିକ ନିର୍ଯାତନା ନେଇ ୭ ପୃଷ୍ଠାର ଅଭିଯୋଗ ଦେଇଥିଲି । କିନ୍ତୁ ଦଫା ଲାଗିଛି ମାତ୍ର ୩ଟି । ଯେଉଁଥିରେ ଉଲ୍ଲେଖ ଅଛି ଯେ, ପୂର୍ବତନ ମନ୍ତ୍ରୀଙ୍କ ସହ ମୋର କେବଳ ଝଗଡା ହୋଇଛି । ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ହେଲା ମୁଁ ଜାଣିପାରିଲାନି ।ସେଥିପାଇଁ ମୁଁ ଦଳର ମୁଖିଆଙ୍କ ନିକଟକୁ ଆସିଛି । ମୁଁ ୮ ଦିନ ପୂର୍ବରୁ ଦେଖା କରିବାକୁ ଅନୁମତି ମାଗିଥିଲି ସେତେବେଳେ କୁହାଗଲା ଖୁବଶୀଘ୍ର ଦଳର ମୁଖିଆଙ୍କ ସହ ଭେଟ କରାଯିବ ବୋଲି କିନ୍ତୁ ସେମିତି ନହେବାରୁ ମୁଁ ଆସିଛି । ମୋର ମାନ ସମ୍ମାନ ସବୁ ଧ୍ୱଂସ ହୋଇଯାଇଛି । ସେନେଇ ମୁଁ ମୁଖିଆଙ୍କୁ ଜଣାଇବାକୁ ଆସିଛି । ଦଳର ମୁଖ୍ୟ ଏ ବାବଦରେ ଜାଣିଛନ୍ତି କି ନାହିଁ ଜାଣିନି । ଯଦି ମୁଖିଆ ଜାଣିଥାନ୍ତେ ତେବେ ମୋ ସହ ଅନ୍ୟାୟ ହୋଇନଥାନ୍ତା । ଧୀରେ ଧୀରେ ଦଳ ଠାରୁ ମୋତେ ଅଲଗା କରାଯାଉଛି । ଜୀବନର ଶେଷ ବିନ୍ଦୁ ଥିବା ଯାଏଁ ଲଢେଇ କରିବି ।

ବାସ୍ତବରେ ସଂଯୁକ୍ତାଙ୍କ କହିବା ମୁତାବକ ୨୦୧୫ ମସିହାରେ ସେ ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦିକା ଥିବା ବେଳେ ବିଧାୟକ ଶ୍ରୀ ସାହୁଙ୍କ ନିର୍ବାଚନମଣ୍ଡଳୀକୁ ସାଇକେଲ୍‌ ବାଣ୍ଟିବା ପାଇଁ ଯାଇଥିଲେ। ସେଠାରେ ତାଙ୍କ ସହ ସମ୍ପର୍କ ହୋଇଥିଲା। ‌ଭୁବନେଶ୍ବର ଫେରିବା ପରେ ବିଧାୟକ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ। ପରେ ବିଶାଖାପାଟଣାରେ ଏକ କାର୍ଯ୍ୟକ୍ରମ ଥିବା କହି ତାଙ୍କୁ ସେଠାକୁ ନେଇଥିଲେ। ହେଲେ ସେଠାରେ ତାଙ୍କୁ ଏକ ହୋଟେଲ୍‌ରେ ରଖି ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ। ବିଧାୟକଙ୍କ ଏଭଳି କାଣ୍ଡ ପରେ ସଂଯୁକ୍ତା ଦ୍ବନ୍ଦ୍ବରେ ପଡ଼ିଥିଲେ। କାହାକୁ ଏ ବିଷୟରେ କହିବେ? ଘଟଣା ସଂପର୍କରେ ସ୍ବାମୀ ଜାଣିଲେ କ’ଣ ହେବ? ହେଲେ ବିଧାୟକ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ଘଟଣା ବିଷୟରେ ଜାଣିବା ପରେ ତାଙ୍କୁ ତାଙ୍କ ସ୍ବାମୀ ପାଖରେ ନ ରଖନ୍ତି, ସେ ତାଙ୍କୁ ସ୍ତ୍ରୀର ମର୍ଯ୍ୟାଦା ଦେବେ।

ଉଭୟ ‌ସେଠାରେ ହୋଟେଲ୍‌ରେ ୩ଦିନ ରହିବା ପରେ ଫେରିଥିଲେ। ପରବର୍ତ୍ତୀ ସମୟରେ ଉଭୟ ପତିପତ୍ନୀ ଭଳି ରହିଥିଲେ। ବିଧାୟକ ତାଙ୍କୁ ସମସ୍ତ ସହଯୋଗ କରୁଥିଲେ। ହେଲେ ମନ୍ତ୍ରୀ ପଦ ପାଇବାର ୨ ମାସ ପରେ ହଠାତ୍‌ ବଦଳି ଯାଇଥିଲେ। ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ ହୋଇଯାଇଥିଲା। ଦୀର୍ଘ ୯ବର୍ଷ ଧରି ସମ୍ପର୍କ ପରେ ପ୍ରତାରଣାକୁ ସହଜରେ ଗ୍ରହଣ କରିପାରି ନଥିଲେ ସଂଯୁକ୍ତା। ତେଣୁ ସେ ଦୁଇ ଦୁଇଥର ମହିଳା ଥାନାକୁ ଯାଇ ଅଭିଯୋଗ କରିଥିଲେ। ଥାନାକୁ ମାମଲା ଯିବାରୁ ବିଧାୟକ, ତାଙ୍କ ବନ୍ଧୁ ଏବଂ ଦଳୀୟ ଲୋକ ସଂଯୁକ୍ତାଙ୍କୁ ବୁଝାସୁଝା କରିଥିଲେ। ଆପୋସ ବୁଝାମଣା ପରେ ମାମଲାର ସମାଧାନ ହୋଇଥିଲେ ବି ସେଭଳି କିଛି ସୁଧାର ଆସିନଥିଲା।

Spread the love