୫ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ସୁନ୍ଦରଗଡ଼ ପୋଲିସ

ପୋଲିସ କବଜାରେ ସ୍କୁଲ ଓ ବିଭିନ୍ନ ସରକାରୀ ଅଫିସରେ ଚୋରି କରୁଥିବା ଡକାୟତ ଗ୍ୟାଙ୍ଗ। ୫ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ସୁନ୍ଦରଗଡ଼ ଥାନା ପୋଲିସ। ସେମାନଙ୍କ ଠାରୁ ୩ଟି ଗାଡ଼ି ସହ ବହୁ ବୈୁଦ୍ୟତିକ ସାମଗ୍ରୀ ଜବତ କରାଯାଇଛି। ୨ବର୍ଷ ଧରି ସୁନ୍ଦରଗଡ଼ ସଦର, ଧୁରୁଆଡିହି, ଭଷ୍ମା, ତଳସରା, କିଞ୍ଜିରକେଲା ଥାନା ଅଞ୍ଚଳରେବିଭିନ୍ନ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଓ ପଞ୍ଚାୟତ କାର୍ଯ୍ୟାଳୟରୁ ସ୍ମାର୍ଟ ଟିଭି, ଇନଭର୍ଟର, ପାଣି ପମ୍ପ, ଗ୍ୟାସ ସିଲିଣ୍ଡର ଆଦି ଚୋରୀ କରିଥିଲେ । ପୋଲିସକୁ ଚକମା ଦେଇ ଅତ୍ୟାଧୁନିକ କଟର ସାହାଯ୍ୟରେ ତାଲା କାଟି ଲୁଟୁଥିଲେ । ଅତ୍ୟାଧୁନିକ କଟରରେ ତାଲାକୁ କାଟିବା ପରେ ସେଠାରେ କୌଣସି ପ୍ରକାରର ପ୍ରମାଣ ଛାଡୁନଥିଲେ । ଫଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପାଇଁ ଏହା ଏକ ଚ୍ୟାଲେଂଜ ପାଲଟିଥିଲା ।

ବିଦ୍ୟାଳୟରେ ଲାଗିଥିବା ସ୍ମାର୍ଟ ଟିଭି ଯାହାର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ତାକୁ ଏମାନେ ଚୋରି କରିବା ପରେ ୧୦ରୁ ୧୫ ହଜାର ଟଙ୍କାରେ ବିକି ଦେଉଥିଲେ । ସେହିପରି ସମସ୍ତ ଚୋରୀ ସାମଗ୍ରୀକୁ କମ ଦାମରେ ବିକୁଥିଲେ । ଏହି ଘଟଣାରେ ପୋଲିସ ୪ଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ ଚୋରୀ ଜିନିଷ କିଣିବା ଅଭିଯୋଗରେ ଜଗତସିଂପୁର କୁଜଙ୍ଗରେ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନିଟରୁ ୩ଟି ସ୍ମାର୍ଟ ଟିଭି, ୧୬ଟି ଇନଭର୍ଟର ବ୍ୟାଟେରୀ, ୩ଟି ଫ୍ୟାନ, ୭ଟି ଏଲପିଜି ସିଲିଣ୍ଡର, ୭ଟି କାନ୍ଥପଙ୍ଖା ଓ ଟାଟା ମେଜିକ, ବୋଲେରୋ ଏବଂ ଗୋଟେ ଦୁଇ ଚକିଆ ଗାଡି ଜବତ ହୋଇଛି। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ।

Spread the love