ପାକିସ୍ତାନୀ ୟୁଟ୍ୟୁବରଙ୍କ ଦାବି, ‘ସୀମା କେବଳ ବିଶ୍ବ କପ ପାଇଁ ଭାରତ ଯାଇଛନ୍ତି’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏଇକିଛିଦିନ ହେବ ପ‌ାକିସ୍ତାନୀ ନାଗରିକ ସୀମା ହାଇଦରଙ୍କୁ ନେଇ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। କିଏ ସୀମାଙ୍କୁ ଗୁପ୍ତଚର କହୁଛନ୍ତି ‌ତ ଆଉ କେହି ସ୍ବାମୀଙ୍କୁ ଧୋକା ଦେଇ ଚାଲିଆସିଥିବା ସ୍ତ୍ରୀ ବୋଲି କହୁଛନ୍ତି।ଏହି କ୍ରମରେ ଜଣେ ପାକିସ୍ତାନୀ ୟୁଟ୍ୟୁବର ଦାବି କରି କହିଛନ୍ତି କି, ‘ସୀମା ବିଶ୍ବକପ ପାଇଁ ‌କେବଳ ଭାରତ ଯାଇଛନ୍ତି। ବିଶ୍ବକପ ଶେଷ ହୋଇଗଲେ ସେ ପୁଣି ପାକିସ୍ତାନ ‌ଫେରି ଆସିବେ।

ଏହାକୁ ନେଇ ସୀମା ପ୍ରତିକ୍ରିୟା ଦେଇ କହିଛନ୍ତି କି, ‘ଲୋକେ କହୁଛନ୍ତି ମୁଁ ବିଶ୍ବକପ ପାଇଁ ଭାରତ ଆସିଛି। ଏହା ଆଦୌ ଭୁଲ ଅଟେ। ହଁ କ୍ରିକେଟ ଦେଖିବାକୁ ପସନ୍ଦ କରେ। ଲୋକେ ଆହୁରି କହୁଛନ୍ତି ମୁଁ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପସନ୍ଦ କରେ ବୋଲି ସଚିନଙ୍କୁ ଭଲ ପାଇଛି। ଆପଣଙ୍କୁ ଜଣାଇ ‌ଦେବାକୁ ଚାହେଁ କି ସଚିନ ମୋର ପସନ୍ଦର କ୍ରିକେଟର ନୁହନ୍ତି। ବିରାଟଙ୍କୁ ମୁଁ ବହୁତ ପସନ୍ଦ କରେ। କେବଳ ମୁଁ ନୁହେଁ ପୂରା ପାକିସ୍ତାନବାସୀ ବିରାଟଙ୍କ ଫ୍ୟାନ।

ତେଣୁ ମୁଁ କେବଳ ସଚିନଙ୍କ ଭଲ ପାଇବା ପାଇଁ ହଁ ଭାରତ ଆସିଛି। କାରଣ ସଚିନଙ୍କ ବିନା ପାକିସ୍ତାନରେ ମୁଁ ଗୋଟିଏ ବି ମୁହୂର୍ତ୍ତ ରହି ପାରୁ ନଥିଲି। ଭାରତ ଆସିବାକୁ ଭିସା ପାଇଁ ଅନେକ ଚେଷ୍ଟା କରିଥିଲି। ଅସଫଳ ହେବାରୁ ନେପାଳ ରାସ୍ତା ଦେଇ ପାକିସ୍ତାନରୁ ଭାରତ ଆସିବାକୁ ସ୍ଥିର କରିଥିଲି। ଏଥିପାଇଁ ପାକିସ୍ତାନର ଏକ ଟ୍ରାଭେଲ ଏଜେନ୍ସିର ସଦସ୍ୟ ମୋତେ ସାହାଯ୍ୟ କରିଥିଲେ। ’

Spread the love