ପାଳଙ୍ଗ ଜୁସ୍‌ ପିଉଥିଲେ ହୋଇଯାଆନ୍ତୁ ସାବଧାନ, ଜାଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ପାଳଙ୍ଗ ଜୁସ୍‌ ପୋଷକ ତତ୍ୱରେ ଭରପୁର ଥାଏ । ଏହାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ପ୍ରକାର ଲାଭ ମିଳିଥାଏ । କିନ୍ତୁ ଅନେକ ଲୋକ ଜାଣି ନାହାନ୍ତି ପାଳଙ୍ଗ ଶାଗ କଞ୍ଚା ଖାଇବା ଦ୍ୱାରା ଏହା କ୍ଷତିକାରକ ହୋଇପାରେ । ପାଳଙ୍ଗ ଶାଗ କଞ୍ଚା ଖାଇଲେ କିଡନୀ ଷ୍ଟୋନ ହେବାର ସମ୍ଭାବନା ଥାଏ । ଯଦି ଆପଣ ପାଳଙ୍ଗକୁ ସାଲାଡ ଭାବେ ଖାଉଛନ୍ତି କିମ୍ବା ଏହାର ଜୁସ୍‌ ପିଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ, ଏହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ ଅନେକ କ୍ଷତି ପହଞ୍ଚିପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ କଞ୍ଚା ପାଳଙ୍ଗରେ ଅକ୍ସାଲେଟ କମ୍ପାଉଣ୍ଡ ବା ଅକ୍ସିଲିକ ଏସିଡ ମିଳିଥାଏ, ଯାହା ପାଳଙ୍ଗରେ ମିଳୁଥିବା ଆୟରନ, ପୋଟାସିୟମ, ଭିଟାମିନ ଏ ଏବଂ କ୍ୟାଲସିୟମର ଅବଶୋଷଣକୁ ପ୍ରତିରୋଧ କରିଥାଏ । ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଯେ, କଞ୍ଚା ପାଳଙ୍ଗ ସେବନ ଦ୍ୱାରା ଶରୀରରେ ପାଳଙ୍ଗରୁ ମିଳୁଥିବା ଆୟରନ କେବଳ ଦୁଇ ପ୍ରତିଶତ ହିଁ ଅବଶୋଷଣ ହୋଇପାରେ । ତେବେ ଆସନ୍ତୁ ଜାଣିବା ପାଳଙ୍ଗ ଜୁସରୁ ଶରୀରକୁ କେଉଁ ପ୍ରକାର କ୍ଷତି ପହଞ୍ଚିଥାଏ ।

ପେଟ ସମ୍ଭନ୍ଧୀୟ ସମସ୍ୟା: ପେଟକୁ ସୁସ୍ଥ ରଖିବା ପାଇଁ ପାଳଙ୍ଗ ଶାଗ ଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି । କିନ୍ତୁ ଯଦି ଆପଣ ପାଳଙ୍ଗର ଜୁସ୍‌ ସେବନ କରୁଛନ୍ତି, ତେବେ ଏହା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡ଼ିପାରେ । ଏହା ଦ୍ୱାରା ହଜମ ନହେବା ଭଳି ଅନେକ ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ ।

କିଡନୀ ଷ୍ଟୋନର ସମସ୍ୟା: ପାଳଙ୍ଗ ଜୁସ୍‌ ପିଇବା ଦ୍ୱାରା ଆପଣଙ୍କୁ କିଡନୀ ଷ୍ଟୋନର ସମସ୍ୟା ହୋଇପାରେ । ତେବେ ପାଳଙ୍ଗରେ ଭରପୁର ମାତ୍ରାରେ କ୍ୟାଲସିୟମ ଅକ୍ସିଲେଟ ମିଳିଥାଏ, ଯାହାକୁ ଅଧିକ ସେବନ କରିବା ଦ୍ୱାରା କିଡନୀ ଷ୍ଟୋନ ହୋଇଥାଏ ।

ଇରିଟେବଲ ବାଉଲ ସିଣ୍ଡ୍ରୋମ: ପାଳଙ୍ଗ ଶାଗ ଖାଇବା ଦ୍ୱାରା ଇରିଟେବଲ ବାଉଲ ସିଣ୍ଡ୍ରୋମ ହୋଇପାରେ । ଇରିଟେବଲ ବାଉଲ ସିଣ୍ଡ୍ରୋମ ଏକ ପ୍ରକାର ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନଲ ଡିସଅର୍ଡର, ଯାହା ଆପଣଙ୍କ ପେଟ ଦରଜ ବଢ଼ାଇଥାଏ । ଅନେକ ସମୟରେ କୋଷ୍ଠକାଠିନ୍ୟ ଏବଂ ବ୍ଲୋଟିଙ୍ଗ ଭଳି ସମସ୍ୟା ସୃଷ୍ଟି କରେ ।

ଗଣ୍ଠି ଯନ୍ତ୍ରଣା: ପାଳଙ୍ଗରେ ଅକ୍ସିଲିକ ଏସିଡ ସହ ପ୍ୟୁରିନ ଏସିଡ ମିଳିଥାଏ, ଯାହା ଗଣ୍ଠି ଯନ୍ତ୍ରଣାକୁ ବଢ଼ାଇଥାଏ । ଗଣ୍ଠି ଫୁଲା ସମସ୍ୟାରେ ପିଡ଼ିତ ରୋଗୀଙ୍କ ପାଇଁ ଏହା ଭୟଙ୍କର ହୋଇଥାଏ ।

Spread the love