ଆନ୍ଧ୍ରପ୍ରଦେଶର ସରକାରୀ ହସପିଟାଲରେ ୮ ରୋଗୀ ମୃତ

ଆନ୍ଧ୍ରପ୍ରଦେଶର ନେଲ୍ଲୋର ସହରରେ ଥିବା ଏକ ସରକାରୀ ହସପିଟାଲରେ ଶ୍ୱାସରୁଦ୍ଧ ହୋଇ ୮ ରୋଗୀ ମୃତ୍ୟୁ ହୋଇଛି । ତେବେ ପରିବାର ପକ୍ଷରୁ ହସପିଟାଲରେ ଅକ୍ସିଜେନ ଅଭାବରୁ ହୋଇଛି ବୋଲି ଅଭିଯୋଗ ହେଉଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷ ମନା କରୁଛନ୍ତି । ଏମାନଙ୍କ ମୃତ୍ୟୁ ରୋଗ କାରଣରୁ ହୋଇଛି ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି ।

ଖବର ମୁତାବକ, ନେଲ୍ଲୋର ଜିଲ୍ଲା ସରକାରୀ ହସପିଟାଲରେ ୮ ଜଣଙ୍କ ମଧ୍ୟରୁ ୬ ଜଣ ଆଇସିୟୁରେ ରହିଥିଲେ । ଅକ୍ସିଜେନ ଅଭାବରୁ ଏଭଳି ଅଘଟଣ ଘଟିଛି ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରୁଛନ୍ତି । ଏଭଳି ଘଟଣା ପରେ ହସପିଟାଲରେ ହଙ୍ଗାମା ହୋଇଛି । କିନ୍ତୁ ହସପିଟାଲ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏମାନଙ୍କ ମୃତ୍ୟୁ ରୋଗ ଯୋଗୁଁ ହୋଇଛି । ହସପିଟାଲରେ ଅକ୍ସିଜେନର କୌଣସି ଅଭାବ ନାହିଁ । ଏହି ମାମଲାରେ ସରକାରୀ ହସପିଟାଲରେ ଅଧୀକ୍ଷକ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରୋଗୀ ମୃତ୍ୟୁକୁ ନେଇ ଜିଲ୍ଲାପାଳ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love