୩୦ ତାରିଖ ମଧ୍ୟରେ ପ୍ରତିଶ୍ରୁତି ପୂରା ନହେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବ ଡ୍ରାଇଭର ମହାସଂଘ

ଭୁବନେଶ୍ବର: ରାଜ୍ୟ ଡ୍ରାଇଭର ମହାସଂଘ ପୁଣି ଥରେ ଚେତାବନୀ ଦେଇଛି। ବାରମ୍ବାର ଆନ୍ଦୋଳନ ପରେ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରି ନଥିବାରୁ ମହାସଂଘ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଆସନ୍ତା ୩୦ ତାରିଖ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି।

ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଗତ ମାର୍ଚ୍ଚ ୧୫ ତାରିଖରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯିବା ପରେ ସରକାରଙ୍କ ତରଫରୁ ଲିଖିତ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏଥିରୁ କୌଣସି ସୁଫଳ ମିଳିପାରିଲା ନାହିଁ। ବାରମ୍ବାର ବୋର୍ଡ ଗଠନ ପାଇଁ ଦାବି ହୋଇଥିଲେ ମଧ୍ୟ ସମୟ ପରେ ସମୟ ଘୁଞ୍ଚୁଛି। କିନ୍ତୁ ବୋର୍ଡ ଗଠନ ହେଉନି। ଅନ୍ୟପଟରେ ରାଜ୍ୟରେ ଏକ ମାସ ମଧ୍ୟରେ ପ୍ରାୟ ୪୫ ଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇସାରିଛି। ହେଲେ ଯେଉଁ ବୀମା ପାଇଁ ସରକାର ଘୋଷଣା କରିଥିଲେ ଏଥିରେୁ ମହାସଂଘର ପରିବାର ଲୋକଙ୍କୁ ସୁଫଳ ମିଳିପାରୁ ନାହିଁ। କାରଣ ବୋର୍ଡ ନଥିବା କାରଣରୁ କିଛି ବି କାମ ହେଉନାହିଁ। ରାଜ୍ୟ ସରକାର ଗୋଟେ ମାସ ମଧ୍ୟରେ ବୋର୍ଡ ଗଠନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବହୁବାର ଚେଷ୍ଟା କରିବା ମଧ୍ୟରେ ଏହା ଏଯାବତ୍ ହୋଇ ପାରିଲା ନାହିଁ। ଯଦି ଆଗାମୀ ୩୦ ତାରିଖ ମଧ୍ୟରେ ସରକାର ଏନେଇ ନିଷ୍ପତ୍ତି ନନିଅନ୍ତି, ତାହେଲେ ମହାସଂଘ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବ। ଦରକାର ପଡ଼ିଲେ ବିରୋଧୀଙ୍କ ସହ ମିଶିବ। ଡ୍ରାଇଭର ଏକତା ମହମଞ୍ଚ ରାଜନୀତି କରିବ।

ସୂଚନାଯୋଗ୍ୟ, କର୍ମଜୀବୀ ଡ୍ରାଇଭରମାନଙ୍କ ପାଇଁ ଦୁର୍ଘଟଣା ବୀମା ଅର୍ଥାତ୍ ଗାଡ଼ି ଚଳାଇବା ସମୟରେ ଦୁର୍ଘଟଣା ଘଟିଲେ ଅନୁକମ୍ପାମୂଳକ ରାଶି, ଶାରୀରିକ ବିକଳାଙ୍ଗ ହେଲେ ସହାୟତା, ଆହତଙ୍କ ଆଶୁ ଚିକିତ୍ସା ପାଇଁ ବୀମା ରାଶି ଭଳି ୧୦ ଦଫା ଦାବିରେ ଡ୍ରାଇଭର ମହାସଂଘ ବିଗତ ଦେଢ଼ ବର୍ଷ ମଧ୍ୟରେ ୩ ଥର ରାଜରାସ୍ତାକୁ ଓହ୍ଲାଇଛି। ଗତ ମାର୍ଚ୍ଚ ୧୫ ଓ ୨୦୨୨ ‌ଏପ୍ରିଲ ୧୮ ତାରିଖରେ ମହାସଂଘର ସଦସ୍ୟମାନେ ରାଜଧାନୀ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିଥିଲେ। କିନ୍ତୁ ପରେ ସରକାର ସେମାନଙ୍କୁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Spread the love