୬ ମାସ ସାଥିରେ ରହିବାପରେ ପତ୍ନୀ କହିବାକୁ ନାରାଜ ଯୁବକ

ପତ୍ନୀର ଅଧିକାର ଦେଇ ୬ମାସ ହେଲା ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପତ୍ନୀଭାବେ ଗ୍ରହଣ କରିବାକୁ ମନାକରୁଛନ୍ତି ଯୁବକ ।  ଏକଥା କେଉଁ ଗ୍ରାମାଞ୍ଚଳର ନୁହେଁ । ବରଂ ଖୋଦ୍ ରାଜଧାନୀ ଭବନେଶ୍ୱର ଖାରବେଳନଗରରେ ଘଟିଛି  । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସମ୍ପୃକ୍ତ ଯୁବକଙ୍କ ଘର ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଅଞ୍ଚଳରେ  । ଗତ ଅଗଷ୍ଟମାସ ୧୦ ତାରିଖରେ  ଅବିନାଶ ନାୟକ ତାଙ୍କୁ ପୁରୀ ଲକ୍ଷ୍ମୀମନ୍ଦିରରେ ବିବାହ କରିଥିଲେ । ଏହାପରେ ପୁରୀର ସପ୍ତର୍ଶୀ ହୋଟେଲରେ ଶାରୀରିକ ସମ୍ପର୍କ ରଖିଥିଲେ । ଏମିତିକି ଗତ ୬ମାସ ହେଲା ପତି ପତ୍ନୀ ଭାବରେ ଦୁହେଁ ରହୁଥିଲେ  । ଏହା ପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ଅବିନାଶ ଯୁବତୀଙ୍କ ସହ ହୋଟେଲରେ ରାତି ବିତାଇଥିଲେ  । ଏବେ କୋର୍ଟରେ ବିବାହ ପ୍ରସ୍ତାବ ପକାଇବାରୁ ଅବିନାଶଙ୍କ ପିତା, ମାତା ବୋହୂ କରିବାକୁ ରାଜି ହେଉନଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ସ୍ୱାମୀ ମଧ୍ୟ ତାଙ୍କ ବାପା ମାଆଙ୍କ କଥାରେ ପରିଚାଳିତ ହେଉଛନ୍ତି । ଏନେଇ ଯୁବତୀଙ୍କ ମାଆ ଅବିନାଶର ବାପାଙ୍କ ସହ ଏ ବିଷୟରେ କଥା ହେବାରୁ ତୁମର ଯାହା ଇଚ୍ଛା କର ବୋଲି କହିଥିଲେ  । ଏହାସହ ଏ ବାହାଘର ହୋଇପାରିବ ନାହିଁ ବୋଲି ସିଧା ଶୁଣାଇଦେଇ ଥିଲେ  । ମୁଁ ବଙ୍ଗାଳି ବୋଲି ଜାଣି ମୋତେ ବୋହୂ ଭାବରେ ଗ୍ରହଣ କରିବାକୁ ରାଜି ହେଉନଥିବା ଯୁବତୀ ଅଭିଯୋଗ କରିଛନ୍ତି ।  ଅନ୍ୟପକ୍ଷରେ ଯୁବତୀ ଜଣକ କୋର୍ଟ ମ୍ୟାରେଜ ନକରି ୬ ମାସ ହେଲା ଅବିନାଶଙ୍କ ସହ କିପରି ରହୁଥିଲେ ବୋଲି ଚର୍ଚ୍ଚା ହେଉଛି ।

Spread the love