ଉପରମୁଣ୍ଡରେ ଜଳସ୍ତର ବଢ଼ିବାରୁ ହୀରାକୁଦର ଖୋଲିଲା ଆଉ ୪ଟି ଗେଟ

ବୁର୍ଲା: ଉପରମୁଣ୍ଡରେ ଜଳସ୍ତର ବଢ଼ିବାରୁ ହୀରାକୁଦର ଆଉ ୪ଟି ଗେଟ ଖୋଲାଯାଇଛି | ଗତକାଲି ୩ଟି ଗେଟ ଖୋଲାଯାଇଥିବାବେଳେ ଆଜି ପୁଣି ଆଉ ୪ଟି ଗେଟ ଖୋଲାଯାଇଛି | ଏହାକୁ ମିଶାଇ ଏବେ ସମୁଦାୟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି | ରବିବାର ୫ଟି, ଗତକାଲି ୪ଟି ଓ ଆଜି ୩ଟି ଗେଟ ଖୋଲାଯାଇଛି | ମିଳିଥିବା ସୂଚନା ମୁତାବକ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି | ବାମ ପାର୍ଶ୍ୱରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୪ଟି ଗେଟ ଖୋଲାଯାଇଛି | ଆଉ ଏହାର ପ୍ରଭାବରେ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି | ତେଣୁ ଆଉ ୪ଟି ଗେଟ ଆଜି ଖୋଲାଯାଇଛି | ଉଲ୍ଲେଖ ଥାଉ କି ରବିବାର ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ ଗେଟ ଖୋଲାଯାଇଥିଲା । ରବିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପାରଂପରିକ ରୀତିରେ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାର ପର୍ଯ୍ୟାୟ‌କ୍ରମେ ୫ଟି ଗେଟ୍ ଖୋଲାଯାଇଥିଲା।

Spread the love