ରାଜସ୍ଥାନରେ କିଏ ସରକାର ଗଢିବ ? ସର୍ଭେରୁ ଆସିଲା ଏପରି ଫଳାପଳ

ନୂଆଦିଲ୍ଲୀ : ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପକିଛି ମାସ ବାକି ଥିବାବେଳେ ରାଜ୍ୟରେ ରାଜନୈତିକ ପାଣିପାଗ ଗରମ ହୋଇଉଠିଛି । ଉଭୟ କଂଗ୍ରେସ ଓ ବିଜେପି ବିଭିନ୍ନ ସ୍ଥାନରେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ତେବେ ଏହି ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ କିଏ ସରକାର ଗଢିବ ତାହା ଉପରେ ସାରା ଦେଶର ନଜର ରହିଛି । ଏ ପରିପ୍ରେକ୍ଷୀରେ ଏବିପି ନ୍ୟୁଜ୍ ସି-ଭୋଟର ସହଯୋଗରେ ରାଜ୍ୟରେ ଏକ ବଡ଼ ଜନମତ ସର୍ଭେ କରିଛି ।  ସର୍ଭେ ଅନୁଯାୟୀ, ରାଜସ୍ଥାନରେ ବିଜେପି (ବିଜେପି) ପୁଣି ଥରେ ବିଜୟର ସ୍ୱାଦ ଚାଖିବ । ଏଠାରେ ଦଳକୁ ୧୦୯ରୁ ୧୧୯ ଟି ଆସନ ମିଳିପାରେ। ଅନ୍ୟପକ୍ଷରେ କଂଗ୍ରେସ (କଂଗ୍ରେସ)କୁ ୭୮-୮୮ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ ଅର୍ଥାତ୍ ୨୦୨୩ ନିର୍ବାଚନରେ କଂଗ୍ରେସକୁ ବିରୋଧୀ ଦଳରେ ବସିବାକୁ ପଡ଼ିପାରେ । ଅନ୍ୟ ଦଳକୁ ୧ରୁ ୫ଟି ଆସନ ମିଳିପାରେ। ଗତ ନିର୍ବାଚନରେ ବିଜେପି ସମସ୍ତ ୨୦୦ ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ସଂଖ୍ୟାଗରିଷ୍ଠତା ଛୁଇଁ ପାରିନଥିବା ବେଳେ କଂଗ୍ରେସ ୧୦୦ରୁ ଅଧିକ ଆସନ ପାଇଥିଲା । ରାଜସ୍ଥାନରେ ସମୁଦାୟ ୨୦୦ ବିଧାନସଭା ଆସନ ରହିଛି ଓ ସରକାର ଗଢିବାକୁ ଅତି କମରେ ୧୦୧ଟି ଆସନ ଆବଶ୍ୟକ

ସର୍ଭେରୁ ଜଣାପଡ଼ିଛି ବିଜେପିକୁ ୪୬ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ରହିଥିବା ବେଳେ କଂଗ୍ରେସକୁ ୪୧ ପ୍ରତିଶତ ଭୋଟ୍ ମିଳିବ ଓ  ଅନ୍ୟ ଦଳକୁ ୧୩ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ରହିଛି ।

Spread the love