ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଅର୍ଥାତ ଆଜି ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 95ତମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ଯୋଜନାରେ 8,000ରୁ ଅଧିକ ଗାଁକୁ ପିଇବା ପାଣି ପହଞ୍ଚିବ । ଏହା ବ୍ୟତିତ ମନାଲିକୁ ଲେହ ସହ ଯୋଡୁଥିବା ରୋହତାଙ୍ଗ ସୁରଙ୍ଗର ନାମ ମଧ୍ୟ ଅଟଳ ସୁରଙ୍ଗ ରଖା ଯାଇଛି ।

ଏହି ଅବସରରେ ମୋଦି କହିଛନ୍ତି ଯେ, ବାଜପେୟୀଙ୍କ ସ୍ୱପ୍ନ ପୂର୍ଣ୍ଣ ହେଲା । ପାଣିର ସମସ୍ୟା ନେଇ ସର୍ବଦା ଚିନ୍ତିତ ଥିଲେ ଅଟଳ । ନ୍ୟୁ ଇଣ୍ଡିଆକୁ  ଆମେ ଜଳ ଶଙ୍କଟରୁ ରକ୍ଷା କରୁବାକୁ ପ୍ରୟାସ କରୁଛୁ ବୋଲି ମୋଦି କହିଥିଲେ । କେନ୍ଦ୍ର ସରକାର ଅଟଳ ଭୂଜଳ ଯୋଜନା ପାଇଁ 6,000କୋଟି ଟଙ୍କା ବଣ୍ଟନ କରିବେ । ଅଟଳ ଜଳ ଯୋଜନକୁ କେନ୍ଦ୍ରୀୟ କ୍ୟାବିନେଟରୁ ମଞ୍ଜୁରୀ ମଙ୍ଗଳବାର ଦିନ ମିଳିଥିଲା ।

ଏହି ଯୋଜନାର ଲାଭ 6ଟି ରାଜ୍ୟକୁ ମିଳିବ । ଏହି ଯୋଜନାରେ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜୁରାଟ, ହରିୟାଣା, ମହାରାଷ୍ଟ୍ର ଓ ରାଜସ୍ଥାନ ଶାମିଲ ରହିଛି । କୃଷକଙ୍କ ରୋଜଗାରକୁ ଦୁଇଗୁଣ  କରିବା ଉେଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି  ନେଇଛନ୍ତି । ଯୋଜନାର ଲାଭ  6 ରାଜ୍ୟର 8,350 ଗାଁର ଲୋକମାନଙ୍କୁ ମିଳିବ

Spread the love