ମୋଦୀଜୀଙ୍କୁ ଜାଣିଛ? ପିଲାଙ୍କୁ ପ୍ରଧାନମନ୍ତ୍ରୀ ଏଭଳି ପ୍ରଶ୍ନ କରିବା ପରେ ମିଳିଲା ଏହି ଜବାବ

ନୂଆଦିଲ୍ଲୀ: ମୋଦୀଜୀଙ୍କୁ ଜାଣିଛ? ଏକ ପ୍ରଦର୍ଶନୀକୁ ଯାଇ ଛୋଟ ପିଲାଙ୍କୁ ଏଭଳି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ପରେ ତାଙ୍କୁ ଯେଉଁ ଉତ୍ତର ମିଳିଥିଲା, ତାହାର ଭିଡିଓ ଏବେ ଭାଇରାଲ ହେଉଛି। ଜୁଲାଇ ୨୯ରେ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି)ର ତିନି ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ଆୟୋଜିତ ଅଖିଳ ଭାରତୀୟ ଶିକ୍ଷା ସାମଗମର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ଅନେକ ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିବା ‌ଦେଖାଯାଇଥିଲା।  ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରଦର୍ଶନୀରେ ପହଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଛୋଟ ପିଲାମାନେ ତାଙ୍କୁ ଦେଖି ଖୁସି ହୋଇଯାଇଥିଲେ ଏବଂ ତାଙ୍କୁ ପ୍ରଣାମ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପଚାରିଥିଲେ ଯେ ଆପଣ ମୋଦୀଜୀଙ୍କୁ ଜାଣିଛନ୍ତି କି? ଏହାର ଉତ୍ତରରେ ପିଲାମାନେ କହିଥିଲେ, ହଁ, ଆମେ ଆପଣଙ୍କୁ ଟିଭିରେ ଦେଖିଛୁ। ଏହା ଶୁଣି ମୋଦୀଜୀ ପିଲାମାନଙ୍କୁ ଆଲିଙ୍ଗନ କରିବା ସହ ‌ସେମାନଙ୍କ ସହିତ ମିଶି ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ପିଲାମାନଙ୍କ ଦ୍ୱାରା କରାଯାଇଥିବା ଚିତ୍ରଗୁଡ଼ିକ ଦେଖିଥିଲେ।

Spread the love