ଚତୁର୍ଥ ଅଟଳ ସମ୍ମାନରେ ସମ୍ମାନୀତ ହେଲେ ପ୍ରଶାନ୍ତ ସେନାପତି

୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ
ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିଲାଗି ପ୍ରତିବର୍ଷ ସାରାଭାରତରେ ଡିସେମ୍ବର ୨୫ତାରିଖକୁ ଞ୍ଛସୁଶାସନ ଦିବସ‛ ଭାବେ ପାଳନ
କରାଯାଉଛି । ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜନ୍ମ ଦିବସ ପାଳନ କରିବା ସହ ‘ଅଟଳ ସମ୍ମାନ -୨୦୧୯’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ଚଳିତ ବର୍ଷ ବରିଷ୍ଠ ସମାଜସେବୀ ତଥା ସାମାଜିକ ଆନ୍ଦୋଳନର ନେତା ଶ୍ରୀ ପ୍ରଶାନ୍ତ ସେନାପତିଙ୍କୁ ଚତୁର୍ଥ ଞ୍ଛଅଟଳ ସମ୍ମାନ -୨୦୧୯‛ ସମ୍ମାନରେ ସମ୍ମାନୀତ କରାଯାଇଛି । ସେହିପରି ବିଶିଷ୍ଟ ରାଷ୍ଟ୍ରବାଦି କବି ଶ୍ରୀ ବିରଂଚି ନାରାୟଣ ପଣ୍ଡାଙ୍କୁ ଞ୍ଛଅଟଳ କବିତା ସମ୍ମାନ -୨୦୧୯‛ ରେ ସମ୍ମାନୀତ କରାଯାଇଛି । ଶ୍ରୀ ପଣ୍ଡା ଓଡିଆ ଭାଷାରେ ରାଷ୍ଟ୍ରବାଦୀ କବିତା ଲେଖିବା ସହ ସମାଜର ବ୍ୟବସ୍ଥା ପରିବର୍ତନ ଓ ସଂସ୍କୃତିର ସୁରକ୍ଷା ପାଇଁ ଚେଷ୍ଟିତ ଅଛନ୍ତି । ସେହିପରି ବିଶିଷ୍ଟ ସମାଜସେବୀ ଶ୍ରୀ ସୁବୋଧ ମିଶ୍ରଙ୍କୁ ଞ୍ଛଅଟଳ ସମାଜସେବୀ ସମ୍ମାନ -୨୦୧୯‛ ସମ୍ମାନରେ ସମ୍ବର୍ଦ୍ଧିତ
କରାଯାଇଛି । ଶ୍ରୀ ମିଶ୍ର ସାମାଜସେବାରେ ନିଜକୁ ଉତ୍ସର୍ଗ କରି ଗରିବ ଯୁବକ ଯୁବତୀମାନଙ୍କ ଆତ୍ମନିଯୁକ୍ତି ପାଇଁ ପ୍ରୟାସରତ ଅଛନ୍ତି । କାର୍ଯ୍ୟକ୍ରମ ସଂଦ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ଉପସଭାପତି ରମା ରଂଜନ ବଳିଆରସିଂହ, ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସାଂସ୍କୃତିକ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ପଂଚାନନ ନାୟକ, ସଂଗୀତକାର ମନ୍ମଥ ମିଶ୍ର, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରିବା
ସହ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ ।
ବାଜପେୟୀ ଏକ ମହାନ ବ୍ୟକ୍ତିତ୍ୱ ସହ ଏକ ଲୋକପ୍ରିୟ ନେତା ଥିଲେ । ଓଡିଶାର ମହାବାତ୍ୟା ପରେ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ପରବର୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଳୱ ଜୋନ୍, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳର ଚେହେରା ବଦଳାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ବହୁତ ବଡ ଭୂମିକା ଥିଲା ବୋଲି ଶ୍ରୀ ମହାନ୍ତି
କହିଛନ୍ତି ।
ସାଧାରଣ ସଭା ପରେ ସଂଦ୍ଧ୍ୟାରେ ବିଜେପି କାର୍ଯ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସଂଗୀତକାର ତଥା କଣ୍ଠଶିଳ୍ପୀ ମନ୍ମଥ ମିଶ୍ର , କ୍ରିଷ୍ଣାପ୍ରିୟା ମିଶ୍ର, ସେବାରାଣୀ ମହାପାତ୍ର, ନେହା ନିହାରିକା, ଅମରେଶ ପ୍ରମୁଖ ଅଟଳ ବିହାରୀ ବାଜପେୟୀଙ୍କ କବିତା ପରିବେଷଣ କରିଥିଲେ । ଶେଷରେ ସାଂସ୍କୃତିକ ପ୍ରକୋଷ୍ଠର ସଦସ୍ୟଙ୍କ ନୃତ୍ୟର ତାଳେ ତାଳେ ଦର୍ଶକମାନେ ବିଭୋର ହୋଇ ଝୁମିଥିଲେ ।

Spread the love