ଯାହା ଘରେ ଚୋରି କରେ, ପେଟେ ଖାଇକି ଆସେ

କଟକ: ଯେଉଁ ଘରେ ଚୋରି କରିବାକୁ ଯାଏ, ସେଠାରେ ପ୍ରଥମେ ପେଟ ପୂରେଇକି ଖାଏ, ତାହା ପରେ ଚୋରି କରେ | ସିଲଭର ସିଟିରେ ପେଟେ ଖାଇ ଚୋରି କରୁଥିବା ଏଭଳି ଏକ ଚୋରକୁ ଆଜି କମିସନରେଟ ପୁଲିସ ଗିରଫ କରିଛି | ବାସ୍ତବରେ ମଙ୍ଗଳାବାଗ ପୁଲିସ ହାତରେ ଧରା ପଡିଛି କୁଖ୍ୟାତ ଡକାୟତ ସେକ ବାବୁ ଓରଫ ସେକ ରଫିକ। ଅଭିଯୁକ୍ତଠାରୁ ୨୧ ଲକ୍ଷ ଟଙ୍କାର ଚୋରି ସାମଗ୍ରୀକୁ ପୁଲିସ ଜବତ କରିଛି ପୁଲିସ। ଯେଉଁଥିରେ ରହିଛି ଦୁଇ ଶହ ୯୫ ଗ୍ରାମ ସୁନା ଅଳଙ୍କାର, ଦୁଇ କେଜି ରୂପା ଅଳଙ୍କାର, ୨ ଲକ୍ଷ ନଗଦ ଟଙ୍କା, ୨ଟି ଲ୍ୟାପଟପ, ୧୦ଟି ମୋବାଇଲ, ଦୁଇଟି କ୍ୟାମେରା ଏବଂ ଚୋରି କରିବାରେ ବ୍ୟବହୃତ ଦୁଇଟି ରଡ଼। ସେ ଏକାକୀ ହିଁ ଚୋରି କରୁଥିଲା |

ତେବେ ବାବୁ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୯ଟି ମାମଲା ରହିଛି ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ଅଭିଯୁକ୍ତ ସେକ ବାବୁର ଘର ଜଗତପୁର ପିରବଜ଼ାର ଅଞ୍ଚଳରେ ଥିବାବେଳେ ସେ କଟକର ବିଭିନ୍ନ ଜାଗାକୁ ଯାଇ ଚୋରି କରେ । ଜନଗହଳିପୂର୍ଣ୍ଣ ସ୍ଥାନରେ ନଥିବା ଘର ବା ଘରେ କେହି ରହୁନଥିବା ଘରକୁ ସେ ଟାର୍ଗେଟ କରେ ଆଉ ତା ପୂର୍ବରୁ ସେ ରେକି କରିଥାଏ । ରାତିରେ ଯାଇ ଘରର ଝରକା ତାଡି ପୁରା ଘରୁ କଳାକନା ବୁଲାଇ ଫେରାର ହୋଇଯାଏ। ସବୁଠାରୁ ରୋଚକ କଥା ହେଉଛି ଚୋରି କରିବାକୁ ଆସି ଭୋକ ହେଲେ ଫ୍ରିଜ ଖୋଲିକି ଖାଦ୍ୟ ମଧ୍ୟ ଖାଏ ।

Spread the love