୮ବର୍ଷ ଚାକିରି ଭିତରେ ୧୮ଥର ବଦଳି ଚିଠି ହୋଇଥିବା ଆଇପିଏସ୍ ଅଧିକାରୀ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆଇପିଏସ ଅଧିକାରୀ ପ୍ରଭାକର ଚୌଧୁରୀଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଗତରବିବାର ବରେଲିରେ ପ୍ରବେଶ ନିଷେଧ କରାଯାଇଥିବା ରାସ୍ତା ଦେଇ କାଉଡିଆମାନେ ଯାତ୍ରା କରୁଥିଲେ। ଏହାପରେ ସେହି ରାସ୍ତାରେ କାଉଡିଆଙ୍କୁ ଯାତ୍ରା କରିବା ପାଇଁ ପ୍ରଭାକର ତାଗିଦ କରିଥିଲେ । ହେଲେ କାଉଡିଆମାନେ ଆଇପିଏସ ଅଧିକାରୀ ପ୍ରଭାକର ଚୌଧୁରୀଙ୍କ  କଥାକୁ ଅଣଦେଖା କରି ସେମାନଙ୍କ ଯାତ୍ରା ଜାରି ରଖିଥିଲେ। ଏହାକୁ ନେଇ ପ୍ରଭାକର ଓ କାଉଡିଆଙ୍କ ବିବାଦ ଲାଗିଥିଲା। ଏହାପରେ ପରିସ୍ଥିତି ବିଗିଡ଼ି ଯାଇଥିଲା।

ପରିସ୍ଥିତିକି ଆୟତ୍ତକୁ ଆଣିବା ପାଇଁ କାଉଡିଆଙ୍କ ଉପରେ ଲାଠି ଚାର୍ଜ କରିବାକୁ ଆଇପିଏସ୍ ପ୍ରଭାକର ନିର୍ଦ୍ଦେଶ ଦେଇଥିଲେ । ଲାଠି ଚାର୍ଜ ପରେ ମାତ୍ର ଅଧଘଣ୍ଟାରେ ଘଟଣାସ୍ଥଳ ଶାନ୍ତ ପଡ଼ିଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଘଟଣା ଘଟିବାର ମାତ୍ର ୪ ଘଣ୍ଟା ପରେ ଆଇପିଏସ୍ ପ୍ରଭାକରଙ୍କ ପାଖରେ ପହଞ୍ଚିଥିଲା ଏକ ଚିଠି । ଏହି ଚିଠିରେ ପ୍ରଭାକରଙ୍କ ବଦଳି ସୂଚନା ଥିଲା।

ଏହି ବଦଳିକୁ ନେଇ ୨୦୧୦ ବ୍ୟାଚର ଆଇପିଏସ୍ ପ୍ରଭାକର ଚୌଧୁରୀ କହିଛନ୍ତି, ‘ଆପଣ ସମସ୍ତଙ୍କୁ ଏହି ବଦଳି ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ମୋ ପାଇଁ କିଛି ନୂଆ କଥା ନୁହେଁ। ଗତ ୮ ବର୍ଷ ଭିତରେ ମୋର ୧୮ ଥର ବଦଳି ହୋଇସାରିଲାଣି ।

୮ବର୍ଷ ଚାକିରି ଭିତରେ ମୁଁ ଯେଉଁଠିକି ଯାଏଁ ନିୟମ ଭଙ୍ଗ ହେବା ଦେଖିପାରେ ନାହିଁ। ନିୟମ ଭଙ୍ଗ ଦେଖିଲାମ‌ାନେ ଆକସନ ନେବା ଆରମ୍ଭ କରେ। ଏହାପରେ ଲୋକେ ମୋତେ ସେ ସ୍ଥାନରୁ ହଟାଇବାକୁ ଲାଗିପଡ଼ନ୍ତି। ଆଜି ଯାଏଁ ମୋର ଯେକୌଣସି ସ୍ଥାନକୁ ବଦଳି ହୋଇଛି ସେଠାରେ ୬ରୁ ୭ମାସ ତିଷ୍ଠିବା ମୋ ପାଇଁ ବଡ଼ କଥା । ଦେଖିବାକୁ ଗଲେ ମେରଟରେ ଅକେଲା ଜିଲ୍ଲାରେ ମୁଁ ବର୍ଷକ ପାଇଁ ଏସଏସପି ଭାବେ କାମ କରିଛି।’

Spread the love