କଣ ପାଇଁ ଅଧିକ ଦର ହୋଇଥାଏ ବାସୁମତି ଚାଉଳ? ଜାଣନ୍ତୁ ଏହାର କାରଣ
ଅନେକ ପ୍ରକାର ଚାଉଳ ଅଛି ହେଲେ ଲୋକ ବାସୁମତି ଚାଉଳକୁ ଅଧିକ ପସନ୍ଦ କରନ୍ତି । ଅନ୍ୟ ଚାଉଳ ଅପେକ୍ଷା ବାସୁମତି ଚାଉଳର ଦର ବଜାରରେ ଟିକେ ଅଧିକ ରହିଥାଏ । ତଥାପି ଲୋକମାନେ ଏହାକୁ କିଣି ଖାଇବା ପାଇଁ ଭଲ ପାଆନ୍ତି ।
ତେବେ ଜାଣନ୍ତୁ ବାସୁମତି ଚାଉଳରେ ଏମିତି କଣ ଅଛି ଯାହା ପାଇଁ ଲୋକମାନେ ଏହି ଚାଉଳକୁ ପସନ୍ଦ କରନ୍ତି?
-ବାସୁମତି ଚାଉଳ ଦେଖିବାକୁ ସାଇଜ ଲମ୍ବା ହୋଇଥାଏ ।
-ଏହି ଚାଉଳ ସାଇଜ ୮ ମି.ମି ହୋଇଥାଏ ।
-ଏହି ଚାଉଳ ରନ୍ଧାହେବା ପରେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଇଥାଏ ।
-ଏଥିପାଇଁ ଏହି ଚାଉଳ ବଜାରରେ ବହୁତ ଦର ହୋଇଥାଏ ।
-ବସୁମତି ଚାଉଳ ବହୁତ ସମୟ ଯାଏ ସଂରକ୍ଷଣ କରି ରଖି ହୋଇଥାଏ ।
– ବହୁତ ସମୟ ସଂରକ୍ଷଣ ହେବା ଦ୍ୱାରା ଏହାର ଗଠନ ଠିକ ଭାବେ ହୋଇଥାଏ ।
– ଏହି ଚାଉଳ ଦେଖିବା ପାଇଁ ଯେତିକି ସୁନ୍ଦର ଖାଇବାକୁ ବି ସେତିକି ସୁଆଦିଆ ଲାଗିଥାଏ ।
-ବାସୁମତି ଚାଉଳ ୧୮ ରୁ ୨୪ ମାସ ପର୍ଯ୍ୟନ୍ତ ରହିପାରେ ।
-ବାସୁମତି ଚାଉଳରେ ବୈଜ୍ଞନିକ ତତ୍ତ୍ୱ ରହିଛି । ଯାହା ଏହାକୁ ଖାସ କରିଥାଏ ।
-ବାସୁମତିରେ ଆକ୍ଟିଲ୍ ଇ ପିରୋଲାଇନ(Actyl E Pyroline) ନାମକ କମ୍ପାଉଣ୍ଡ ରହିଥାଏ ।
-ଏଥିରେ କ୍ୟାଲୋରୀ କମ ରହିଥାଏ ।
-ଏହି ଚାଉଳ ଖାଇବା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ।
କେମିତି ଚାଷ କରାଯାଏ ଏହି ବାସୁମତି ଚାଉଳକୁ:
-ବାସୁମତି ଚାଉଳ ଚାଷ କରିବା ଅନେକ କଷ୍ଟକର ହୋଇଥାଏ ।
-ଏହା ବିଲରେ ବୁଣା ହେବା ପରେ ୧୪୦ ଦିନ ପରେ ଏହାର ଗଛ ଉଠିଥାଏ ।
-ଏହି ଚାଉଳ ଏକ ଏକରରେ ୧୨.୬ କଣ୍ଟିଲ ଧାନ ଚାଷ ହୋଇଥାଏ
-ଏଥିପାଇଁ ଏହାର ମୂଲ୍ୟ ଅଧିକ ହୋଇଥାଏ ।