କୁନୋ ଜାତୀୟ ପ୍ରାଣୀଉଦ୍ୟାନରେ ପୁଣି ଆଖିବୁଜିଲା ଚିତା । କିଛି ଦିନ ଧରି ଅସୁସ୍ଥ ରହିବା ପରେ ଚିତା ଧାତ୍ରୀର ମୃତ୍ୟୁ

ପୁଣି ଗଲା ଆଉ ଏକ ଚିତାର ଜୀବନ । ବୁଧବାର ସକାଳେ ମଧ୍ୟପ୍ରଦେଶ କୁନୋ ଜାତୀୟପ୍ରାଣୀ ଉଦ୍ୟାନରେ ‘ଧାତ୍ରୀ’ ନାମକ ଚିତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରୋଜେକ୍ଟ ଚିତା ଅଧିନରେ ଦକ୍ଷିଣଆଫ୍ରିକା ଓ ନାମିବ୍ୟାରୁ ୨୦ ଟି ଚିତା ଭାରତକୁ ଅଣାଯାଇଥିଲା । ଆଉ ଏବେ ସୁଦ୍ଧା ୯ ଟି ଚିତାର ମୃତ୍ୟୁ ହୋଇସାରିଲେଣି । ତେବେ ଧାତ୍ରୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି । ପୂର୍ବରୁ ୮ ଟି ଚିତାର ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଥିବା କହିଥିଲେ କେନ୍ଦ୍ର ସରକାର ।

ଏକ ଆବେଦନ ଉପରେ ଜବାବ ରଖି ସରକାର କହିଥିଲେ କି ସ୍ଥାନାନ୍ତର ଓ ଇକୋସିଷ୍ଟମରେ ଚିତାଙ୍କ ମୃତ୍ୟୁ ଘଟୁଛି । ଏହା ଏକ ସ୍ୱାଭାବିକ ଘଟଣା । ସ୍ଥାନ, ପରିବେଶ ଓ ଖାଦ୍ୟ ପରିବର୍ତନରେ ଏଭଳି ଘଟଣା ଘଟେ । ସେପଟେ ୧୧ମାସ ଭିତରେ ୯ଟି ଚିତା ମୃତ୍ୟୁ ଚିନ୍ତାର କାରଣ ପାଲଟିଛି ।

Spread the love