ସଦର ଥାନା ପୋଲିସ ଦ୍ଵାରା ୬ ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ

ପୁରୀ ସହରକୁ ଅପରାଧମୁକ୍ତ କରିବା ପାଇଁ ଏସପି କେ.ବିଶାଲ ସିଂହଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଚଢ଼ାଉ ଜାରି ରହିଛି। ଡକାୟତି ଯୋଜନା ବେଳେ ସଦର ଥାନା ପୋଲିସ ଦ୍ଵାରା ୬ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରାଯାଇଛି।  ସେମାନଙ୍କ ଠାରୁ ଦୁଇଟି ଅଫୁଟା ବୋମା,ଖଣ୍ଡା,ଲୁହା ରଡ଼, କଟୁରୀ ଓ ଲଙ୍କାଗୁଣ୍ଡ ଜବତ ହୋଇଛି।

ପୁରୀ ସଦର ଥାନା ପୋଲିସ ପାଟ୍ରୋଲିଂ ବେଳେ ଜଳଭଣ୍ଡାର ରୋଡ ନିକଟରୁ ଏମାନଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ନୟାଗଡ଼ ବାସୁଡିଆର ଆଶୀର୍ବାଦ ବରାଡ, ବୀରହରେକୃଷ୍ଣପୁରର ଶ୍ରୀଧର ଜେନା, ଗିରଳର ଜିତେନ୍ଦ୍ର ରାଉତ,ଗୋରୁଆଳର ପ୍ରଭାତ ବରାଳ ,ସଞ୍ଜୟ ସୁନ୍ଦରା ଓ ନୀଳଚକ୍ରନଗରର ସୌମ୍ଯରଞ୍ଜନ ପଣ୍ଡା।ଅପରାଧ ଛାଡ ନହେଲେ ଅପରାଧୀଙ୍କ ବିରୁଦ୍ଧରେ ସଦର ପୋଲିସ ଦୃଢ଼ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ବୋଲି ସଦର ଏସଡିପିଓ ରବି ନାରାୟଣ ଭଞ୍ଜ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Spread the love