ଜଳବନ୍ଦୀରେ ଫସି ରହିଥିବା ୭ ଗ୍ରାମବାସୀ, ୧୦ ଘଣ୍ଟା ପରେ ଉଦ୍ଧାର କଲା ଓଡ୍ରାଫ ଟିମ୍‌

୧୦ ଘଣ୍ଟା ପରେ ଜଳବନ୍ଦୀରେ ଫସି ରହିଥିବା ୭ ଗ୍ରାମବାସୀ ଉଦ୍ଧାର। ମନ୍ଦିର ଉପରେ ଚଢି ପାଣିଘେରରେ ରହିଥିବା ୭ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ୍‌। ଆଜି ସକାଳୁ ହାଟଡିହି ବ୍ଲକ୍‌ର ବୈତରଣୀ ନଦୀ କୁଳିଆ ଗାଁ ବାହାରିପୁରର କିଛିଲୋକ ନଦୀ ପଠାକୁ ଛତୁ ତୋଳିବାକୁ ଯାଇଥିଲେ। ବୈତରଣୀରେ ହଠାତ୍‌ ବନ୍ୟାଜଳ ମାଡିଆସିବାରୁ ୮ଜଣ ଲୋକେ ପାଣି ଘେରରେ ଫସିରହିଥିଲେ। ସେଠାରେ ଥିବା ଏକ ମନ୍ଦିର ଚୂଡ଼ାକୁ ଚଢି ନିଜକୁ ସୁରକ୍ଷିତ ରଖିଥିଲେ। ବ୍ଲକ କର୍ତ୍ତୃପକ୍ଷ ଏହା ଜାଣିବା ପରେ ଓଡ୍ରାଫର ଏକ ଟିମ୍‌ଙ୍କୁ ଜଣାଇଥିଲେ। ଓଡ୍ରାଫ ଟିମ୍‌ ସେମାନଙ୍କୁ ଉଦ୍ଧାର କରିଛି। ଦିନ ତମାମ ବର୍ଷାରେ ଭିଜିଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

Spread the love