ଗୋଟିଏ ଷ୍ଟ୍ରବେରୀ ଦାମ ୨୯ ହଜାର, ୧୫ ବର୍ଷ ରିସର୍ଚ୍ଚ କରି ବିକଶିତ କରାଯାଇଛି ଏହି ଫଳ
ଫଳ ଏବଂ ପରିବା ବିଷୟରେ କହିବାକୁ ଗଲେ କିଛି ଫଳ ଏପରି ଅଛି, ଯାହା ପ୍ରତ୍ୟେକ ସମୟରେ ମହଙ୍ଗା ଥାଏ, କିନ୍ତୁ ଅନେକ ପ୍ରଜାତିର ଫଳ ଅଛି ଯାହାର ମୂଲ୍ୟ ଋତୁ ଅନୁଯାୟୀ ବଢ଼ିଥାଏ ତ କେତେବେଳ କମ ହୋଇଥାଏ । କିନ୍ତୁ ଏପରି କିଛି ଫଳ ଅଛି ଯାହାର ମୂଲ୍ୟ ସେମାନଙ୍କର ସ୍ୱତନ୍ତ୍ରତା ଯୋଗୁଁ ହଜାର ହଜାର କିମ୍ବା ଏକ ଲକ୍ଷ ଉପରେ ମଧ୍ୟ ବିକ୍ରି ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବିଶେଷ ପ୍ରଜାତିର ଷ୍ଟ୍ରବେରୀ ବିଷୟରେ ଜଣାଇବୁ ଯାହାର ଗୋଟିଏ ଫଳର ମୂଲ୍ୟ ୨୯ ହଜାର ଟଙ୍କା । ଷ୍ଟ୍ରବେରୀ ଅନ୍ୟ ଫଳ ତୁଳନାରେ ଅଧିକ ମୂଲ୍ୟରେ ମିଳିଥାଏ ତାହା ତ ଆପଣମାନେ ଜାଣିଥିବେ । ଷ୍ଟ୍ରବେରୀରେ ଅନେକ ପୋଷକ ତତ୍ୱ ରହିଥାଏ ଯାହା ଶରୀର ପାଇଁ ଳାଭଦାୟକ ହୋଇଥାଏ । ତେଣୁ ଲୋକମାନେ ଏହାକୁ ଖାଇବାକୁ ଭଲ ପାଇଥାନ୍ତି । କିନ୍ତୁ ଯଦି ଏହାର ଗୋଟିଏ ଫଳର ମୂଲ୍ୟ ୨୯ ହଜାର କୁହାଯିବ ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗିବ ।