ଦୁବାଇରେ ବସ୍ ଦୁର୍ଘଟଣାରେ ଗୁରୁତର ହୋଇ କୋମାରେ ଓଡିଆ ଶ୍ରମିକ

ଞ୍ଜାମରେ କମୁନି ଦାଦନ ଦୁଃଖ । ପୁଣି ଦୁବାଇରେ ଏକ କମ୍ପାନୀର ବସ୍ ଦୁର୍ଘଟଣାରେ ଜଣେ ଶ୍ରମିକ ଆହତ ହୋଇ କୋମାରେ। ତାଙ୍କୁ ନିଜ ଗାଁକୁ ଫେରାଇ ଆଣିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ କରିଛନ୍ତି । ପରିବାର ପ୍ରତିପୋଷଣ କରିବାକୁ ଗତ ୨୦୨୧ ରେ ଶ୍ରମିକ ଭାବେ ସୁଦୂର ଦୁବାଇ ଯାଇଥିଲେ ଖଲ୍ଲିକୋଟ ବ୍ଲକ ମାଣିକ୍ଯପୁର ଗ୍ରାମର ରାଜୁ ମଲ୍ଲିକ । ଦୁବାଇର ଆଲକସ୍‌ ଆର.ଏଲ.ଏସ ଟେକ୍ନିକାଲ ୱାର୍କ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ ।

ଗତ ମାସ ୨୧ ତାରିଖ ଦିନ କମ୍ପାନୀ ବସରେ ରୁମକୁ ଫେରୁଥିବା ସମୟରେ ହଠାତ୍ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ରାଜୁ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବର୍ତମାନ ରାଜୁଙ୍କର ମସ୍ତିସ୍କ ଆଘାତ ସାଙ୍ଗକୁ ହାର୍ଟ ସମସ୍ୟା ଯୋଗୁ ସେ କୋମା ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।

ଦୁର୍ଘଟଣା ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ରାଜୁଙ୍କ ପରିବାରକୁ ସୂଚନା ଦେଇ ନଥିବା ବେଳେ ଦୀର୍ଘ ସାତ ଦିନ ପରେ ଅନ୍ଯ ଜଣେ ଓଡ଼ିଆ ଶ୍ରମିକ ରାଜୁଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକେ ଏହି ଦୁଖଃଦ ଖବର ପାଇ ଭାଙ୍ଗିପଡିଛନ୍ତି । କାନ୍ଦବୋବାଳିରେ ଅଖିଆ ଅପିଆ ଭାବେ ରହିଛନ୍ତି । ଏହା ସହ ଠାକୁରଙ୍କ ନିକଟରେ ଦୀପ ଜାଳି ରାଜୁଙ୍କ ସୁସ୍ଥ କାମନା ନେଇ ପ୍ରାର୍ଥନା କରୁଛନ୍ତି । ଏପଟେ ରାଜୁଙ୍କ ପରିବାର ଲୋକ ରାଜୁଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

Spread the love