ଜ୍ୟୋତି ମୌର୍ଯ୍ୟଙ୍କ ମାମଲାରେ ନୂଆ ମୋଡ଼: ୩୨ ପୃଷ୍ଠାର ଡାଏରିରେ ୩୩ କୋଟି ଟଙ୍କା ନେଣଦେଣର ପୃଷ୍ଟି
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏସ୍ଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ବିରୋଧରେ ତାଙ୍କ ସଫେଇକର୍ମୀ ସ୍ବାମୀ ଆଲୋକ ଆଣିଥିବା ଅଭିଯୋଗକୁ ନେଇ ତଦନ୍ତ ଜୋର୍ ଧରିଛି। ତାଙ୍କ ବିରୋଧରେ ବେଆଇନ୍ ନେଣଦେଣ ଅଭିଯୋଗ ରହିଥିବା ବେଳେ ସେ ପ୍ରୟାଗରାଜ୍ ଯାଞ୍ଚ୍ କମିଟି ଆଲୋକ ଓ ଜ୍ୟୋତି ମୌର୍ଯ୍ୟଙ୍କ ବୟାନ ରୁଜୁ କରିବାକୁ ନୋଟିସ୍ ଜାରି କରିଛି। କମିଟି ସାକ୍ଷ୍ୟ ଗ୍ରହଣ ସହ ବୟାନ ରେକର୍ଡ ପାଇଁ ଆଲୋକଙ୍କୁ ଡକାଇଛି। ଜାଣିବାକୁ ମିଳିଛି ଯେ ପ୍ରଥମେ ଅଲଗା ଓ ପରେ ଦୁଇ ଜଣଙ୍କୁ ସାମ୍ନାସାମ୍ନି ବସାଇ ପଚାରାଉଚରା କରାଯିବ। ଯାଞ୍ଚ୍ କମିଟି ଜ୍ୟୋତି ମୌର୍ଯ୍ୟଙ୍କୁ ତାଙ୍କର ୬ଟି ବ୍ୟାଙ୍କ୍ ଆକାଉଣ୍ଟ୍ର ତଥ୍ୟ ମାଗିଛି। ତାଙ୍କ ଉପରେ ପଦରେ ରହି ଭଷ୍ଟ୍ରାଚାର କରିଥିବା ଅଭିଯୋଗ ହୋଇଛି। ଆଲୋକ ଆଣିଥିବା ଅଭିଯୋଗରେ ୩୨ ପୃଷ୍ଠାର ଡାଏରି ସାମିଲ୍ ଅଛି। ଏହା ସହ କିଛି ଇଲେକ୍ଟ୍ରୋନିକ୍ସ ପ୍ରମାଣ ବି ଆଲୋକ ଯାଞ୍ଚ୍ କମିଟିକୁ ଦେଇଛନ୍ତି।