ଶାଶୁଘର ଛାତ ଉପରୁ ବୋହୂର ମୃତଦେହ ଉଦ୍ଧାର ପରେ ଉତ୍ତେଜନା

ମୃତ ମହିଳାଙ୍କୁ ନ୍ୟାୟ ଦେବାପାଇଁ ମହିଳା ସଂଘ ସଦସ୍ୟଙ୍କ ବିକ୍ଷୋଭ । ବୋହୂର ଅର୍ଦ୍ଧଦଗ୍ଧ ମୃତଦେହ ଘର ଛାତ ଉପରୁ ଠାବ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ଘର ଭିତରକୁ ଯିବାକୁ ଅନୁମତି ନଦେବାରୁ ପୋଲିସ ଓ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି । ଗେଟ୍ ଭାଙ୍ଗି ଘର ଭିତରକୁ ପଶିଲେ ମହିଳା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟନଗର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁର ହେମନ୍ତ ପରିଡ଼ାଙ୍କ ବୋହୂ ମିଲିଙ୍କ ମୃତଦେହ ଘର ଛାତ ଉପରୁ ଉଦ୍ଧାର ହୋଇଛି ।

ଝିଅ ମୃତଦେହ ପାଖକୁ ପରିବାରକୁ ଲୋକଙ୍କୁ ନଛାଡ଼ିବାରୁ ପୋଲିସ ସହ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହୋଇଛି । ମିଲିଙ୍କ ଶାଶୁ ଭାରତୀ ପରିଡ଼ା ବୋହୂ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ପରିବାର ଲୋକ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା କହିଛନ୍ତି । ଛାତ ଉପରେ ବୋହୂର ମୃତଦେହ ପଡ଼ିଥିବା କେମିତି ଶାଶୁ ଜାଣିପାରିନଥିବା କହିଛନ୍ତି ମୃତ ମିଲିଙ୍କ ପରିବାର ଏବଂ ଗ୍ରାମବାସୀ । ସେପଟେ ମିଲିଙ୍କ ସ୍ୱାମୀ ବାହାରେ ରୁହନ୍ତି । ଏଭଳି ଅବସ୍ଥାରେ ମିଲିଙ୍କ ମୃତ୍ୟୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Spread the love