ସମସ୍ତଙ୍କୁ ବନ୍ଧୁତ୍ବ ଦିବସର ଶୁଭେଚ୍ଛା

ବନ୍ଧୁତା ସବୁ ସମ୍ପର୍କ ଠାରୁ ଉର୍ଦ୍ଧ୍ବରେ। ତେବେ ଏହି ସମ୍ପର୍କକୁ ଅଧିକ ଦୃଢ଼ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ବ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସକୁ ସ୍ମରଣୀୟ କିଏ ଫ୍ରେଣ୍ଡସିପ ବାନ୍ଧୁଛନ୍ତି ତ ଆଉ କିଏ କାର୍ଡ, ଫୁଲ ଦେଇ ସ୍ବତନ୍ତ୍ର ଭାବେ ପାଳନ କରୁଛନ୍ତି। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। କିନ୍ତୁ ସେଥିରୁ ସମୟ କାଢ଼ି ବନ୍ଧୁଙ୍କୁ ଦେଖା କରି ସ୍ପେଶାଲ ଫିଲ କରିବା ସବୁଠୁ ନିଆରା। ପରସ୍ପରଠୁ ଯେତେ ଦୂରରେ ଥିଲେ ବି ବନ୍ଧୁତା ହିଁ  ଆମକୁ ନିକଟତର କରିରଖେ । 

ପ୍ରକୃତ ବନ୍ଧୁକୁ ଛାଇ ସହ ତୁଳନା କରାଯାଏ । ସ୍ନେହ, ପ୍ରେମ, ଆଉ ଆବେଗକୁ ବୁଝାଏ ଜଣେ ପ୍ରକୃତ ବନ୍ଧୁ । ସଵୁ ହସକାନ୍ଦ, ସୁଖ ଦୁଃଖରେ ସାଙ୍ଗରେ ଥାଏ କେବଳ ବନ୍ଧୁ ।  ପରିବାର ସହ ଯାହା ଶେୟାର କରିହୁଏନି, ତାକୁ ବିନା ଦ୍ଵନ୍ଦ୍ବରେ ସାଙ୍ଗ ପାଖରେ କହିହୁଏ । ଭାରତୀୟ ପରମ୍ପରାରେ ବନ୍ଧୁତାକୁ ନେଇ ଅନେକ କାହାଣୀ ରହିଛି । କୃଷ୍ଣ ସୁଦାମାଙ୍କ ଭଳି ପ୍ରକୃତ ବନ୍ଧୁର ଉଦାହରଣ ମଧ୍ୟ ଆମେ ଦେଖିଛେ । କୁହାଯାଏ ୧୯୩୫ ମସିହାରେ ଆମେରିକା ସରକାର ଜଣେ ବ୍ୟକ୍ତିକୁ ମୃତ୍ୟୁ ଦଣ୍ଡ ଦେଇଥିଲେ । ତାକୁ ଶୁଣି ବ୍ୟକ୍ତିର ସାଙ୍ଗ ବି ଆତ୍ମହତ୍ୟା କରିଥିଲେ । ସେଦିନ ବି ଥିଲା ଅଗଷ୍ଟ ମାସର ରବିବାର । ତେଣୁ ଆମେରିକା ସରକାର ସେବେଠୁ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁମାନଙ୍କୁ ମନେପକାଇ ବନ୍ଧୁତ୍ଵ ଦିବସ ଭାବେ ଘୋଷଣା କରିଥିଲେ । ବିଭିନ୍ନ ଢଙ୍ଗରେ ଆଜିର ଦିନକୁ ଲୋକେ ପାଳନ କରୁଛନ୍ତି । କିଏ ପାର୍ଟି କରୁଛି ତ କିଏ ଚକୋଲେଟ ଆଉ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧି ଏହି ଦିନକୁ ସ୍ମରଣୀୟ କରୁଛନ୍ତି ।  ତେବେ ଆମ ତରଫରୁ ସମସ୍ତଙ୍କୁ ବନ୍ଧୁତା ଦିବସର ଢ଼େର ସାରା ଅଭିନନ୍ଦନ। 

Spread the love