ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାକୁ ପ୍ରାଧାନ୍ୟ ଦେଉଛନ୍ତି ମୋଦି ସରକାର : ମନମୋହନ ସାମଲ

ଭୁବନେଶ୍ୱର, ତା.୦୬/୦୮: ଯଶ୍ୱସୀ ପ୍ରଧାନମନ୍ତ୍ରୀ ମୋଦିଜୀ ୨୦୧୪ରେ ଶାସନକୁ ଆସିବା ପରେ ନୂଆ ପ୍ରେରଣା ଓ ସଂକଳ୍ପ ସହିତ ଭାରତବର୍ଷ ବିକାଶ ପଥରେ ଆଗେଇ ଚାଲିଛି । ‘ଅନ୍ତ୍ୟୋଦୟ’କୁ ପ୍ରାଧାନ୍ୟ ଦେଇ ଗରୀବକଲ୍ୟାଣ ପାଇଁ ସଂକଳ୍ପବଦ୍ଧ ମୋଦି ସରକାର ନିମ୍ନ ଓ ମଧ୍ୟବିତଙ୍କ ଉତ୍‌ଥାନ ପାଇଁ ପ୍ରତିଶୃତିବଦ୍ଧ । ବିଶେଷ ଭାବେ ସାଧାରଣ ଲୋକଙ୍କ ‘ଲାଇଫ୍ ଲାଇନ’ ପାଲଟିଥିବା ରେଳବାଇ କ୍ଷେତ୍ରର ବହୁ ବିକାଶ କାର୍ଯ୍ୟ ଗତ ୯ ବର୍ଷର ମୋଦି ସରକାର ଅମଳରେ କରାଯାଇଛି । ନୂତନ ରେଳପଥ, ବିଜୁଳିକରଣ, ନୂତନ ରେଳ ଚଳାଚଳକୁ ଅଗ୍ରାଧିକାର ଦେବା ସହିତ ରେଳଯାତ୍ରୀଙ୍କ ଆରାମଦାୟକ ସୁବିଧାକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ “ଅମୃତ ଭାରତ ଷ୍ଟେସନ” ଯୋଜନା ଅନ୍ତର୍ଗତ ଆଜି ସମଗ୍ର ଦେଶରେ ୫୦୮ ରେଳଷ୍ଟେସନ ଆଧୁନିକୀକରଣର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ୨୪ ହଜାର ୪୭୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛିା ଓଡିଶାର ପ୍ରସ୍ତାବିତ ୫୭ଟି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଆଜି ୫୩୧.୮କୋଟି ବ୍ୟୟରେ ଆଧୁନିକୀକରଣ ହେବାକୁ ଥିବା ୨୫ଟି ରେଳ ଷ୍ଟେସନରେ ଶିଳାନ୍ୟାସ କରାଯାଇଛି । ରେଳବାଇ ବିକାଶ କ୍ଷେତ୍ରରେ ମୋଦି ସରକାର ଓଡିଶାକୁ ପ୍ରଧାନ୍ୟ ଦେଇଥିବାରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love