୫ହଜାର ଲାଞ୍ଚ ନେଉଥିଲେ ଆମ୍ବାଗୁଡା ଫାଣ୍ଡି ଅଧିକାରୀ, ମାଡ଼ି ବସିଲା ଭିଜିଲାନ୍ସ

ଜୟପୁର: ଏକ ଗ‌ଣ୍ଡଗୋଳ ମାମଲାରେ ସହଯୋଗ କରିବା ପାଇଁ ଜୟପୁର ସଦରଥାନା ଅର୍ନ୍ତଗତ ଆମ୍ବାଗୁଡା ଫାଣ୍ଡି ଅଧିକାରୀ ସବଇନିସପେକ୍ଟର ପ୍ରଶାନ୍ତ ମହାନ୍ତି ଜଣେ ବ୍ୟକ୍ତିଙ୍କ ଠାରୁ ୫ହଜାର ଟଙ୍କା ଲାଂଚ ନେଇ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏବେ ଏସଆଇ ମହାନ୍ତି ରହୁଥିବା ସଦରଥାନା ପଛ କ୍ବାଟର୍ସରୁ ଲକ୍ଷାଧିକ ଟଙ୍କା ମିଳିଛି। ସେଭଳି ଆଉ ତିନୋଟି ଦଳ ଆମ୍ବାଗୁଡା ପାଣ୍ଡି କାର୍ଯ୍ୟାଳୟ, କୋରାପୁଟ ଓଦାମନଯୋଡିସ୍ଥିତ ବାସଭବନ ଉପରେ ଚଢ଼ାଉ କରି ଯାଞ୍ଚ କରୁଥିବା ସୂଚନା ମିଳିଛି।

ତେବେ ଅଳ୍ପ କିଛି ବାଟ ଯିବା ପରେ ରାସ୍ତାରେ ଥିବା କାଦୁଅରେ ବାଇକ ଖସି ଯିବାରୁ ସେ ତଳେ ପଡ଼ିଯାଇଥିଲେ। ତଳରୁ ଉଠି ସାହି ମଧ୍ୟରେ ଜଣକ ଘର ମଧ୍ୟରେ ଯାଇ ଲୁଛିବାକୁ ପ୍ରୟାସ କରୁଥିବା ବେଳେ ଭିଜିଲାନସ୍ ଟିମ୍ ହାତରେ ଧରାପଡ଼ିଥିଲେ ଏସଆଇ ମହାନ୍ତି। ଭିଜିଲାନସ୍ ଏସଆଇ ମହାନ୍ତିଙ୍କ ନିକଟରୁ ରଂଗବୋଳା ୫ହଜାର ଟଙ୍କା ଭିଜିଲାନସ୍ ଜବତ କରିଥିଲେ। ଜୟପୁର ସଦରଥାନା ପରିସରରେ ଥିବା କ୍ବାଟର୍ସ ଯାଂଚ କରିବାରେ ସେଠାରେ ଲକ୍ଷାଧିକ ଟଙ୍କା ମିଳିଛି। ରିପୋର୍ଟ ଲେଖାହେବା ଯାଏଁ ଭିଜିଲାନସ୍ ଟିମ୍ ଟଙ୍କା ଗଣତିରେ ଲାଗିଥିବା ଦେଖିବାକୁ ମିଳିଥିଲା। ସେଭଳି ଆମ୍ବାଗୁଡା ପାଣ୍ଡି, କୋରାପୁଟ ଓ ଦାମନଯୋଡିରେ ଥିବା ବାସଭବନରେ ଆଉ ତିନୋଟି ଟିମ୍ ଚଢ଼ାଉ କରି ଯାଂଚ ଆରମ୍ଭ କରିଥିବା ସୂଚନା ମିଳିଛି। ସବୁ ଚଢ଼ାଉ ସରିବା ପରେ ‌ହିଁ କେତେ ଟଙ୍କା ମିଳିଛି ତାହା ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Spread the love