ନାଗରିକତା ସଂଶୋଧନ ଅଧିନିୟମ ଉପରେ ରାଜ୍ୟସ୍ତରୀୟ କର୍ମଶାଳା

 କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଦ୍ୱାରା ଭାରତର ପଡୋଶୀ ଦେଶ ପାକିସ୍ତାନ,  ଆଫଗାନିସ୍ତାନଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବ । କିନ୍ତୁ କିଛି ଅସାଧୁ ବ୍ୟକ୍ତି ବିଶେଷ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ନାଗରିକତା ଦେବା ପାଇଁ ଏହି ଆଇନ ହୋଇଥିବାବେଳେ ବିରୋଧୀ ଦଳ ମାନେ ଦେଶରେ ନିଆଁ ଲଗାଇ ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ନାଗରିକତା ସଂଶୋଧନ ଆଇନ ସଂପର୍କରେ ବ୍ୟାପକ ଜନଜାଗରଣ କରିବା ପାଇଁ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରି ଜନସାଧାରଣମାନଙ୍କୁ ସଚେତନ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ନିୟମ ଉପରେ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ କରାଯାଇଥିଲା । ଏହି କର୍ମଶାଳାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା । ଆଗାମୀ ଜାନୁଆରୀ ମାସରେ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗରଣ କରାଯିବ । ରାଜ୍ୟର ସମସ୍ତ  ୩୬ଟି ସାଙ୍ଗଠନିକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଏହି ଆଇନ ସଂପର୍କରେ ବ୍ୟାପକ ଭାବେ ଜନସାଧାରଣମାନଙ୍କୁ ସଚେତନ କରାଯିବ । ବିଜେପି କାର୍ଯ୍ୟକର୍ତାମାନେ ଓଡିଶାର ୩୬ଟି ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ କରିବେ । ପ୍ରତ୍ୟେକ ଜିଲ୍ଲାରେ ଏହି ଆଇନକୁ ନେଇ ସଚେତନତା ରାଲି କରାଯିବ । ବିଜେପି କାର୍ଯ୍ୟକର୍ତାମାନେ ଓଡିଶାର ପାଖାପାଖି ୧ କୋଟି ପରିବାରକୁ ଯାଇ ଏହି ଆଇନ ସଂପର୍କରେ ବୁଝାଇବେ । ଏଥି ସହ ବିଜେପି କାର୍ଯ୍ୟକର୍ତାମାନେ ସମସ୍ତ ପଂଚାୟତ ଏବଂ ୱାର୍ଡକୁ ଯାଇ ଜନସାଧାରଣଙ୍କୁ ଏହି ଆଇନ ବିଷୟରେ ପ୍ରତ୍ୟେକ୍ଷ ଭାବେ ଅବଗତ କରାଇବେ ।

ଏହି କର୍ମଶାଳାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସାଂସଦ ଜୁଏଲ ଓରାମ ଉଦଘାଟନ କରିଥିଲେ । ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ
ବକ୍ସିପାତ୍ର ଏବଂ ପୃଥୀରାଜ ହରିଚନ୍ଦନ, ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଯତୀନ ମହାନ୍ତି, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ପ୍ରମୁଖ ସମ୍ଭୋଧିତ କରିଥିଲେ । ଏହି କର୍ମଶାଳାରେ ସମସ୍ତ ରାଜ୍ୟ ପଦାଧିକାରୀ, ବିଧାୟକ ଏବଂ ବିଧାୟିକା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଏବଂ ଜିଲ୍ଲା ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ନବନିର୍ବାଚିତ ଜିଲ୍ଲା ସଭାପତିମାନଙ୍କୁ ରାଜ୍ୟ ନେତୃମଣ୍ଡଳୀ ସମ୍ବର୍ଦ୍ଧିତ କରିଥିଲେ ।

Spread the love