୨ ଲକ୍ଷ ୯୦ ହଜାର ଟଙ୍କା ଧରି ଫାଇନାନ୍ସ କର୍ମଚାରୀ ଚମ୍ପଟ

ଚକାପାଦ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟରେ ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ ଲିମିଟେଡ଼୍‌ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ବାବଦକୁ ଆଦାୟ କରିଥିଲେ। ସେମାନେ ଆଦାୟ କରିଥିବା ୨ ଲକ୍ଷ ୯୦ ହଜାର ୩୫ ଟଙ୍କା ଧରି କେଉଁଆଡ଼େ ଚମ୍ପଟ ମାରିଥିବା ସଂସ୍ଥାର ଶାଖା ପରିଚାଳକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କର୍ମଚାରୀ ଦ୍ବୟ ହେଲେ ଗଞ୍ଜାମର ଦିବାକର ରାଉତ ଓ ରାୟଗଡ଼ାର ଜଗନ୍ନାଥ ବେହେରା। ସଂସ୍ଥାର ଶାଖା ପରିଚାଳକ ନୟାଗଡ଼ ଜିଲ୍ଲା ଶରଣକୁଳ ଗ୍ରାମର ଋଷିକେଶ ରାଉତ ଏନେଇ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟିକାବାଲି ପୁଲିସ କେସ୍ ନମ୍ବର ୧୧୧/୨୩ ରୁଜୁ କରି ତଦନ୍ତ ଚଲାଇଥିବା ଥାନାଧିକାରୀ କଲ୍ୟଣୀମୟୀ ଷେଣ୍ଢ ସୂଚନା ଦେଇଛନ୍ତି। ଅନ୍ୟପଟେ ଋଣଧାରୀମାନେ ଉକ୍ତ ଫାଇନାନ୍ସ ସଂସ୍ଥାକୁ ଆସି ରସିଦ ଦେଖାଇ ଋଣ ପରିଶୋଧ କରିଥିବା ନେଇ ଶାଖା ପରିଚାଳକଙ୍କୁ ଜଣାଇଛନ୍ତି।

Spread the love