ପ୍ରଦୀପ ମାଝୀ ଠିକ୍ କରିଛନ୍ତି : ସୁର ରାଉତରାୟ

ପ୍ରତିବାଦ ସମୟରେ ହିଂସା ଉସୁକାଉ ଥିବା ଅଭିଯୋଗରେ  କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ  ପ୍ରଦୀପଙ୍କ ସପକ୍ଷରେ ଛିଡା ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ପ୍ରଦୀପ ମାଝୀଙ୍କୁ ଧନ୍ୟବାଦ ଦେବା ସହ ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଦୁଷ୍କର୍ମ ଓ ନିର୍ଯ୍ୟାତନା ବଢି ଚାଲିଛି । ତେଣୁ ସେ ଯାହା କହିଛନ୍ତି ଠିକ୍‌ । ଏଥିସହ ସୁର କହିଛନ୍ତି, ହିଂସା କଂଗ୍ରେସର ଆଚରଣ ନୁହେଁ । ଗତକାଲି ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ନବରଙ୍ଗପୁରରେ ବନ୍ଦ ପାଳନ କରାଯାଇଥିଲା । ପୂର୍ବତନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଡାକରାରେ ବନ୍ଦ କରାଯାଇଥିବା ବେଳେ,ନିଜ କର୍ମୀଙ୍କୁ ଫୋନ ଯୋଗେ ସେ ଏକ ବିବାଦୀୟ ବୟାନ ଦେଇ କହିଥିଲେ ‘ପେଟ୍ରୋଲ ଡିଜେଲ ରଖ, କହିଲେ ଜାଳିବ’ ।

Spread the love