କଂଗ୍ରେସ ହିଂସାକୁ ଆପଣାଉଛି : ଗୋଲକ ମହାପାତ୍ର

 କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ନବରଙ୍ଗପୁରରେ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର। ସିଏଏ ବିରୋଧରେ ଦେଶସାରା କଂଗ୍ରେସ ହିଂସାକୁ ଆପଣାଉଛନ୍ତି ଏବଂ ଓଡ଼ିଶାରେ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

 ସେ କହିଛନ୍ତି, ଏହା କଂଗ୍ରେସର ଦୁର୍ବଳ ମାନସିକତାର ପରିଚୟ ଦେଉଛି। ଅହିଂସାର ନାରା ଦେଉଥିବା କଂଗ୍ରସ ଦଳର ଆଦର୍ଶ ମହାତ୍ମା ଗାନ୍ଧୀ, ସୁବାଷ ବୋଷଙ୍କ ନାଁ ନେଇ ହିଂସାର ପନ୍ଥା ଆପଣାଉଛନ୍ତି । କଂଗ୍ରେସ ଏବେ ନିରାଶ ହୋଇ ଏଭଳି ହିଂସାତ୍ମକ ଢଙ୍ଗ ଆପଣାଇଛି ଯାହାକୁ ବିଜେପି ଦୃଢ ନିନ୍ଦା କରୁଥିବା ସେ କହିଛନ୍ତି ।

Spread the love