ନକଲି ସୁନା ଦେଇ ଋଣ ହାତେଇବା ଘୋଟାଲାର ପର୍ଦ୍ଦାଫାସ, ବଣିଆ ସମେତ ୭ଜଣଙ୍କୁ ବାନ୍ଧିଛି ବାଲେଶ୍ବର ପୋଲିସ

ବାଲେଶ୍ବରରେ ନକଲି ସୁନା ଦେଇ ଋଣ ହାତେଇବା ଘୋଟାଲାର ପର୍ଦ୍ଦାଫାସ । ମୁଖ୍ୟ କାର୍ପଟଦାର ସମେତ ବାଲେଶ୍ବର ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ନକଲି ସୁନା ଦେଇ ଋଣ ହାତେଇବା ଘଟଣାରେ ଧରାପଡ଼ିଲା ମୁଖ୍ୟ କାର୍ପଟଦାର । ନକଲି ସୁନା ଦେଇ ଋଣ ହାତେଇବା ଘଟଣାରେ ୭ଜଣଙ୍କୁ ବାନ୍ଧିଛି  କରିଛି ପୋଲିସ । ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ବଣିଆ ପଦ୍ମଲୋଚନ ରଣା ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଛି । ବ୍ୟାଙ୍କରୁ ନକଲି ସୁନା ଋଣ ବଦଳରେ ଋଣ ହାତେଇବା ପାଇଁ ପଦ୍ମଲୋଚନ ୧୪ ଜଣ ଗ୍ରାହକଙ୍କୁ ଯୋଗାଡ଼ କରିଥିଲା । ଆଉ ୨୬ଟି ସୁନା ଋଣ ବଦଳରେ ବ୍ୟାଂକରୁ ୬୯ ଲକ୍ଷ ୬୮ ହଜାର ୫୦୭ ଟଙ୍କା ଋଣ ନେଇ ସମସ୍ତେ ଟଙ୍କା ବାଣ୍ଟି ନେଇଥିଲେ । ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ଦୀନେଶ କୁମାର ନକଲି ସୁନା ନେଇ ବାଲେଶ୍ବର ଟାଉନ ଥାନାରେ ଅଭିଯୋଗ କରିଥିଲେ ।

Spread the love