ରାସ୍ତାକାମକୁ ବିରୋଧ କରି 3 ଗାଡି ଜାଳିଦେଲେ ମାଓବାଦୀ

ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ରାୟଗଡା ମୁନିଗୁଡାରେ ଗାଡି ଜାଳିଦେଇଛନ୍ତି।  ଶରଧାପୁରରୁ ଥୁଆପଡି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକକୁ ବିରୋଧ ଜେସିବି ସମେତ ରାସ୍ତାକାମରେ ନିୟୋଜିତ 3 ଟି ଗାଡି ଜାଳିଦେଇଛନ୍ତି। 

ରାସ୍ତାକାମକୁ ବିରୋଧ କରି ମାଓବାଦୀଙ୍କ ଲଙ୍କାକାଣ୍ଡ। ଟିକରପଡା ଗାଁ ନିକଟରେ ପ୍ରାୟ 15 ଜଣ ମାଓବାଦୀ ଆସି ଶରଧାପୁରରୁ ଥୁଆପଡି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକକୁ ବିରୋଧ କରିଛି। ମାଓବାଦୀମାନେ ଜେସିବି ସମେତ ରାସ୍ତାକାମରେ ନିୟୋଜିତ 3 ଟି ଗାଡି ଜାଳିଦେଇଛନ୍ତି । ରାସ୍ତା କାମ ବନ୍ଦ ପାଇଁ ଚେତାବନୀ ଦେଇ ଘଟଣାସ୍ଥଳରେ 3 ଟି ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।

Spread the love