ଏ ଗାଡି କାହାର ?

ଏ ଗାଡି କାହାର ? ସହର ମଝିରେ ଯିବା ଆସିବା କରୁଛି।  ଏହି ଫର୍ଡ ଏଣ୍ଡାଭିଅର ଗାଡିଟି ବେଶି ପୁରୁଣା ଦେଖାଯାଉନି । ଗାଡିର ମାଲିକ ନିହାତି ଜଣେ ଧନୀ ଲୋକର କିମ୍ବା ସହରରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହୋଇଥିବ । ଏ ଗାଡିକୁ ଭଲ ଭାବରେ ଦେଖନ୍ତୁ । କାର ଭିତରେ ଅନେକ ଥର ଅନୈତିକ କାର୍ଯ୍ୟ ଧରାପଡିବା ପରେ ଏହାକୁ ରୋକିବା ପାଇଁ କାର କାଚରେ କଳା ଜରି ଫିଲିଂ କରିବାକୁ ପୁଲିସ ପକ୍ଷରୁ ବାରଣ କରାଯାଇଥିଲା । ଏମିତି କି ଧରାପଡିଲେ ଜୋରିମାନାର ଦଣ୍ଡବିଧାନ ମଧ୍ୟ  ରହିଛି ।

ହେଲେ  ଉକ୍ତ ଗାଡିର ମାଲିକ କଣ ଆଇନର ଊର୍ଦ୍ଧ୍ୱରେ । କଣ ଗାଡି  ମାଲିକଙ୍କୁ ଆଇନ କାନୁନକୁ ଡରନାହିଁ । ନା ଏହି ପ୍ରଭାବଶାଳୀ  ବ୍ୟକ୍ତିକୁ ଆଇନର ଭୟ ନାହିଁ । ଯଦି ସାଧରାଣ ବ୍ୟକ୍ତି ହୋଇଥାନ୍ତେ ତେବେ ପୁଲିସ ଜୋରିମାନା କରିସାରନ୍ତାଣି। ତେବେ ଏଠାରେ ଆଲୋଚନା ହେଉଛି ଯେ ଏ ଗାଡି କାହାର ? ପୁଲିସ ଗାଡିମାଲିକଙ୍କ ଉପରେ ଜୋରିମାନା କରିବ ତ ?   

Spread the love