ବିଜୁ ଜନତା ଦଳରୁ ନିଲମ୍ବିତ ହେ‌ଲେ ମହାଙ୍ଗା ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ଶରତ ନାୟକ

କଟକ: ବହୁଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଡବଲ୍‌ ମର୍ଡର ଠାରୁ ଆରମ୍ଭ କରି ନାବାଳିକା ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଘଟଣାରେ ବିବାଦୀୟ ହୋଇପଡିଥିବା ପୂର୍ବତନ ମହାଙ୍ଗା ବ୍ଲକ୍‌ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକଙ୍କ ଖାସ୍‌ ସମର୍ଥକ ଥିବା ଶରତ ନାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ କରିଛି ବିଜୁ ଜନତା ଦଳ। ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସଭାପତି ଦେବାଶିଷ ସାମନ୍ତରାୟ ତାଙ୍କୁ ତୁରନ୍ତ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

Spread the love