ବିଶ୍ବ ଓଡିଆ ମହାସଂଘ ଓ କଟନ ବ୍ଲସମ ପ୍ରାଇଭେଟର ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର

ବିଶ୍ବ ଓଡିଆ ମହାସଂଘ ଓ କଟନ ବ୍ଲସମ ପ୍ରାଇଭେଟର ମିଳିତ ଆନୁକୁଲ୍ୟରେ ଶନିବାର ପଟିଆ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଜଗତସିଂପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ପଣ୍ଡା , ବଡମ୍ବା – ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର ଶିବିରକୁ ଉଦ୍ଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସଂପାଦକ ଦୁର୍ଗା ସାମନ୍ତରାୟ ଓ ସ୍ଥାନୀୟ କର୍ପୋରେଟର ଯୋଗଦେଇଥିଲେ ।ବିଶିଷ୍ଟ ସମାଜସେବୀ ତଥା ବିଶ୍ବ ଓଡିଆ ମହାସଂଘର ସଭାପତି ଶ୍ରୀ ସୁରେନ୍ଦ୍ରନାଥ ମହାପାତ୍ର ଏହି କାର୍ଯ୍ରକ୍ରମକୁ ପରିଚାଳନା କରିଥିଲେ ।୫୦୦ ୟୁନିଟ୍ ରକ୍ତ ସ୍ଂଗ୍ରହ କରିବା ଲକ୍ଷ ନେଇ , ଶିବିରର ଆୟୋଜନ କରାଯାଇଛି ବୋଲି କହିଥିଲେ । ପାଖାପାଖି ୨୦୦ ଜଣ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଏହି ରକ୍ତଦାନ ଶିବିରରେ ଯୋଗଦେଇଥିଲେ ।

Spread the love