ବିଶ୍ୱକପରେ ପୁଣି ବଦଳିପାରେ ପାକିସ୍ତାନର ମ୍ୟାଚ ସୂଚୀ: ଏବେ ହାଇଦ୍ରାବାଦକୁ ନେଇ ଦ୍ୱନ୍ଦ୍ୱ

 ଆଇସିସି ବିଶ୍ୱକପ ମ୍ୟାଚକୁ ଆଉ ମାତ୍ର ୨ ମାସ ବାକି ଅଛି । ଏଥର ବିଶ୍ୱକପ ୫ ଅକ୍ଟୋବରରେ ଆରମ୍ଭ ହୋଇ ନଭେମ୍ବର ୧୯ ଯାଏଁ ଚାଲିବ । ଏଥିରେ ଭାରତ-ପାକିସ୍ତାନ ମ୍ୟାଚ ବି ହେବ । ୧୪ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଅକ୍ଟୋବର ୧୫ରେ ହେବାର ଥିଲା । ହେଲେ ନବରାତ୍ରୀ କାରଣରୁ ଏହାକୁ ଗୋଟିଏ ଦିନ ପଛକୁ ଘୁଞ୍ଚାଇ ଦିଆଯାଇଥିଲା । ଏହି ମ୍ୟାଚକୁ ବଦଳାଇବା ଚକ୍କରରେ ବାକି ୯ ମ୍ୟାଚକୁ ବି ଏପଟସେପଟ କରାଯାଇଥିଲା । ଯେଉଁଥିରେ ପାକିସ୍ତାନର ୩ ମ୍ୟାଚ ରହିଛି ।

ମ୍ୟାଚ ସୂଚୀରେ ପରିବର୍ତ୍ତନ ହେବାଯୋଗୁଁ ହାଇଦ୍ରାବାଦରେ ଲଗାତାର ୨ ଦିନରେ ୨ଟି ମ୍ୟାଚ ପଡିଯାଉଛି । ବର୍ତ୍ତମାନର ମ୍ୟାଚ ସୂଚୀ ଅନୁସାରେ ଅକ୍ଟୋବର ୯ରେ ନ୍ୟୁଜିଲାଣ୍ଡ-ନେଦରଲାଣ୍ଡ ମ୍ୟାଚ ହେବ । ସେହିପରି ଅକ୍ଟୋବର ୧୦ରେ ଏହି ମୈଦାନରେ ଶ୍ରୀଲଙ୍କା ଆଉ ପାକିସ୍ତାନ ମୁହାଁମୁହିଁ ହେବେ । ପୂର୍ବରୁ ଶ୍ରୀଲଙ୍କା-ପାକିସ୍ତାନର ମ୍ୟାଚ ଅକ୍ଟୋବର ୧୨ରେ ହେବାର ଥିଲା, ହେଲେ ମ୍ୟାଚ ସୂଚୀରେ ପରିବର୍ତ୍ତନ ଯୋଗୁଁ ଏହା ଅକ୍ଟୋବର ୧୦ରେ ରଖାଯାଇଛି ।

ସେପଟେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଦୁଇ ଦିନ ମ୍ୟାଚ ଆୟୋଜନ କରିବାକୁ ଅସମର୍ଥ ପ୍ରକାଶ କରିଛି । ଏଚସିଏ ବିସିସିଆଇକୁ ସ୍ପଷ୍ଟ କରିଛି ଯେ ୯ ଅକ୍ଟୋବର ପରେ ୧୦ ଅକ୍ଟୋବରକୁ ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚରେ ସିକ୍ୟୁରିଟି ପ୍ରଦାନ କରିପାରିବେନି ।

Spread the love