ଏସପ୍ଲାନେଡରେ ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏସପ୍ଲାନେଡ ମଲର ଦୁଇଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି ପୋଲିସ ।

ଏସପ୍ଲାନେଡ ମଲ ସାମ୍ନାରେ ଧାରଣରେ ଥିବା ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି ଡିସିପି । ସେ ସୂଚନା ଦେଇଛନ୍ତି ଯେ, ଏସପ୍ଲାନେଡ ମଲର  ସୁରକ୍ଷା କର୍ମୀ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳଙ୍କୁ କାର୍ଯ୍ୟରତ ସାମ୍ବାଦିକା ସ୍ୱତୀ ଜେନାଙ୍କୁ ଆର୍କମଣ ଅଭିଯୋଗରେ ଗିରଫ କରିଛି ପୋଲିସ । ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଅତି ନିନ୍ଦନୀୟ । ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।  ଘଟଣାର ତଦନ୍ତ ଦାୟିତ୍ୱ ଆଡିସନାଲ ଡିସିପିଙ୍କୁ ଦିଆଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି ।

ଗତକାଲି ଭୁବନେଶ୍ୱର ସ୍ଥିତ ଏସପ୍ଲାନେଡ ମଲରେ ବେଆଇନ ପାର୍କିଂ ଆଦାୟ ନେଇ ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରା ପର୍ସନ ଖବର ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ମଲର ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ ।  ମଲର କର୍ମଚାରୀ ସେମାନଙ୍କୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ରଖି ଥିଲେ  ।

Spread the love