ପେଟ ସଫା ହେବାରେ ହେଉଛି କି ସମସ୍ୟା, ତେବେ ଆପଣାନ୍ତୁ ଏହି ଉପାୟ ଚୁଟକିରେ ହେବ ସମସ୍ୟା ଦୂର

ଖାଦ୍ୟପେୟରେ ଅନିୟମିତତା କାରଣରୁ କମ୍ ବୟସରେ ଏଣିକି ପେଟ ସମସ୍ୟା ଦେଖାଯାଉଛି। ଏପରିକି ପେଟ ସଫା ନରହିଲେ ପେଟ ଗୋଳମାଳିଆ ଲାଗିଥାଏ । ଠିକ୍ ସମୟରେ ନଖାଇବା, ଶୋଇବାରେ ସମୟସୀମା ନରହିବା କାରଣରୁ ଏଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପଡିଥାଏ। ତେଣୁ ଥରକରେ ପେଟ ସଫା ନହେବା ଏବେ ସାଧାରଣ ହୋଇଗଲାଣି । ହଜମ ପ୍ରକ୍ରିୟା ସଠିକ୍ ଭାବେ ହେଉନଥିବାରୁ ଏଭଳି ସମସ୍ୟା ହେଉଛି । ବଦହଜମି ହେଲେ ପେଟ କାଟିବା, ଖଟା ହାକୁଟି ଆସିବା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଯଦି ଆପଣ ବି ଚାହୁଁଛନ୍ତି ପେଟ ସଫା ରହୁ ଏବଂ ଥରକେ ପେଟ ସଫା ହୋଇଯାଉ ତେବେ ସକାଳୁ ଆପଣଙ୍କୁ କିଛି କାମ କରିବାକୁ ପଡିବ । ତାହେଲେ ଜାଣିବା ଏଥିପାଇଁ ଆପଣଙ୍କୁ ଏଥିପାଇଁ କଣ କରିବାକୁ ପଡିବ।

ସକାଳୁ ଗରମ ପାଣି ପଇବା ବିଷୟରେ ଶୁଣିଥିଲେ ନିଶ୍ଚୟ । କିନ୍ତୁ ଯଦି ଆପଣ ଏହାର ଫାଇଦା ବାବଦରେ ଜାଣିନାହାନ୍ତି ତେବେ ତୁରନ୍ତ ଜାଣିବା ଉଚିତ୍ । ବେଡ୍‌ରୁ ଉଠିବା ପରେ ତୁରନ୍ତ ଗୋଟିଏ ଗ୍ଲାସ୍ ଉଷୁମ ପାଣି ପିଇବା ଆରମ୍ଭ କରନ୍ତୁ । ଏଥିରେ ଆପଣ କିଛି ଲେମ୍ବୁ ରସ ମଧ୍ୟ ପକାଇପାରିବେ । ଯେଉଁଥିରେ ହଜମ କ୍ରିୟା ଭଲ ହୋଇଥାଏ ।

ଅଦା ରସ, ତୁଳସୀ ପତ୍ର, ତେଜ ପତ୍ର, ଡାଲଚିନି, ଇଲାଇଚି ପକାଇ ପାଣିକୁ ଭଲ ଭାବେ ଫୁଟାଇ ଥଣ୍ଡା ହେବା ପରେ ବଦହଜମି ଦୂର ହୋଇଯିବ। ଏହାକୁ ନିୟମିତ ପିଇବା ଦ୍ବାରା ଶରୀର ସତେଜ୍ ରହିବା ସହିତ ଚର୍ବି ଅଂଶ ବି ଦୂର ହୋଇଥାଏ ।

ବ୍ୟସ୍ତବହୁଳ ଜୀବନରେ ଖାଇବା ପିଇବା କଥା ସମ୍ପୂର୍ଣ୍ଣ ଭାବେ ମନରୁ ପଳାଏ । ଖାଇବା ସମୟରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ପେଟ ସମସ୍ୟା ଦେଖାଦେଇଥାଏ । ଜଲଦି ଜଲଦି ଖାଇକି ବାହାରିଯିବା ବି ପେଟ ଉପରେ ପ୍ରଭାବ ପକାଇଥାଏ । ତେଣୁ ଖାଇବା ସମୟରେ ଧିରସ୍ଥିର ହୋଇ ଆରାମ୍‌ରେ ଖାଇବା ଉଚିତ୍ । ଏହା ସହିତ ଫାଷ୍ଟଫୁଡ୍, ଜଙ୍କଫୁଡ୍ ତଥା ବାହାରେ ଖାଇବା ଠାରୁ ଦୂରେଇ ରହିଲେ ସ୍ବାସ୍ଥ୍ୟ ଏବଂ ପେଟ ପାଇଁ ଭଲ ।

ସକାଳୁ ଉଠିବା ପରେ କିଛି ସମୟ ଶାନ୍ତ ମନରେ ରୁହନ୍ତୁ । ଯାହା ଫଳରେ ପାଚନ କ୍ରିୟା ଭଲ ହୋଇଥାଏ ଏବଂ ମସ୍ତିସ୍କକୁ ଆରାମ୍ ମଧ୍ୟ ମିଳିଥାଏ । ସକାଳୁ ଅଧିକ ଭଲ୍ୟୁମ୍‌ରେ ଆଲାର୍ମ ଦେଉଥିଲେ ସାବଧାନ । ଏହା ଦ୍ବାରା ହଠାତ୍ ହୃଦସ୍ପନ୍ଦନ ବଢିଯାଏ ଏବଂ ପେଟ ଉପରେ ପ୍ରଭାବ ବି ପଡେ । ତେଣୁ ସକାଳୁ ଉଭୟ ଶରୀର ଓ ମସ୍ତିସ୍କକୁ ଶାନ୍ତ ରଖନ୍ତୁ ।

ନିତିଦିନିଆ ଲାଇଫ୍‌ଷ୍ଟାଇଲ୍‌ ଏବଂ ଦାୟିତ୍ବ କାରଣରୁ କିଛି ବ୍ୟକ୍ତି ସର୍ବଦା ବ୍ୟସ୍ତ ରହିଥାନ୍ତି । ଯାହା ଫଳରେ ବ୍ୟକ୍ତିଗନ ଜୀବନରେ ରୁଟିନ୍ ପରିବର୍ତ୍ତନ ହୋଇଯାଏ । ପେଟ ସଫା କରିବା ପାଇଁ ହେଲେ ନିଜେ ନିଜ ପାଇଁ ସମୟ ଦେବା ଉଚିତ୍ । ସକାଳୁ ଯୋଗ, ଧ୍ୟାନ କଲେ ଶରୀର ପାଇଁ ଲାଭ ଦାୟକ ହୋଇଥାଏ । ଶାନ୍ତ ଏବଂ ଚାପମୁକ୍ତ ରହିବା ଦ୍ବାରା ପାଚନ ପ୍ରକ୍ରିୟା ସଠିକ୍ ଭାବେ ହୋଇଥାଏ ।

Spread the love