ଗର୍ଭବତୀ ଝିଅକୁ ହତ୍ୟା କରି ଫିଙ୍ଗିଦେଲେ ବାପା-ମା

କାନପୁର: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଶାହାପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ଦମ୍ପତି ସେମାନଙ୍କ ଅବିବାହିତ ଗର୍ଭବତୀ ଝିଅକୁ ହତ୍ୟା କରି ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ରବିବାର ଦିନ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତ ବାପା-ମାଙ୍କୁ ଗିରଫ କରାଯାଇଛି। ଅଧିକାରୀଙ୍କ କହିବାନୁସାରେ, ଶନିବାର ଦିନ ଶାହାପୁରର ଗୋଏଲା ଗ୍ରାମରେ ବିଜେନ୍ଦ୍ର ଏବଂ ତାଙ୍କ ପତ୍ନୀ କୁସୁମ ସେମାନଙ୍କ ଅବିବାହିତ ଗର୍ଭବତୀ ଝିଅକୁ ତଣ୍ଟି ଚିପି ହତ୍ୟା କରିଥିଲେ | ଆଉ ଏହା ପରେ ପ୍ରମାଣ ଲୁଚାଇବାକୁ ମୃତଦେହକୁ ନଦୀରେ ଭସାଇଦେଇଥିଲେ | ପୁଲିସ ଅଧିକାରୀଙ୍କ କହିବାନୁସାରେ, ଯୁବତୀ ଜଣକ ତାଙ୍କ ପ୍ରେମିକ ରାହୁଲଙ୍କ ବିରୋଧରେ କୋର୍ଟରେ ବିବୃତ୍ତି ରେକର୍ଡ କରିବାକୁ ମନା କରିଦେଇଥିଲେ। ଆଉ ଏଥିରେ ରାଗିଯାଇ ବାପା-ମା ଜନ୍ମକଲା ଝିଅକୁ ହତ୍ୟା କରିଥିଲେ |

Spread the love