ବୟସ ହୋଇନି କିନ୍ତୁ ବୟସ୍କ ଦିଶୁଛି ଚେହେରା, ତାହେଲେ ମାନନ୍ତୁ ଆମର ଏହି କଥା

ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀରରେ ତାହାର ଛାପ ଦେଖିବାକୁ ମିଳିଥାଏ। ଧୀରେ ଧୀରେ ମୁଖମଣ୍ଡଳରେ ବାର୍ଦ୍ଧକ୍ୟ ସ୍ପ‌ଷ୍ଟ ବାରି ହୋଇପଡ଼େ। ହେଲେ ଏପରି କିଛି ଚେହେରା ଅଛି, ଯାହାକୁ ଦେଖିବା ପରେ ଆପଣ ବୟସ ଅନୁମାନ କରିପାରିବେ ନାହିଁ। କେହି କେହି ବୟସ ତୁଳନାରେ ଅଧିକ ବୟସ୍କ ଦିଶନ୍ତି ତ ପୁଣି କେହି ଯୁବା ଦିଶିଥାନ୍ତି।

ବିଶେଷ କରି ୪୦ ବର୍ଷ ପରେ ବ୍ୟକ୍ତି ବିଭିନ୍ନ ରୋଗ ସହ ଲଢ଼ିବାର କ୍ଷମତା ହରାଇ ବସନ୍ତି। ପାଚନଶକ୍ତିରେ ସମସ୍ୟାରୁ ଆରମ୍ଭ କରି ମୋଟାପଣ, କମ୍‌ କାମ କରି ଥକିପଡ଼ିବା, ଦୁର୍ବଳ ଲାଗିବା ଏବଂ ଚେହେରାରେ ଖୁବ୍ ଶୀଘ୍ର ବୁଢ଼ାପଣ ଦିଶିବା ପରି ସମସ୍ୟା ଦେଖିବାକୁ ମିଳିଥାଏ ।

ହେଲେ ଏପରି ନୁହେଁ ଯେ, ଏହି ସବୁ ସମସ୍ୟାରୁ ବ୍ୟକ୍ତି ମୁକ୍ତ ହୋଇପାରିବ ନାହିଁ। ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଏସବୁ ସମସ୍ୟାକୁ ଏଡ଼େଇ ଦେଇହେବ। ବୟସ ବଢ଼ିବା ସହ ଆମ ମାଂସପେଶୀ ଦୁର୍ବଳ ହୋଇଯାଏ। ଆପଣଙ୍କ ମାଂସପେଶୀକୁ ମଜବୁତ୍‌ କରିବା ପାଇଁ ଆପଣଙ୍କୁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଅଣ୍ଡା, ଚିକେନ୍‌, ସୋୟାବିନ୍‌, ଡାଲି ଆଦି ଖାଇବା ଦ୍ବାରା ଏହି ସମସ୍ୟାକୁ ଦୂରେଇ ଦିଆଯାଇପାରେ।

ଆପଣଙ୍କ ବୟସ ଯଦି ୩୦ ବର୍ଷ ବୟସରୁ ଅଧିକ ରହିଛି ତ ଆପଣ ପାଳଙ୍ଗ ଶାଗ, କୋବି, କଦଳୀ, ଗାଜର, ବ୍ରୋକଲି ଓ ଲାଉ ପରି ପରିବାକୁ ନିୟମିତ ଖାଆନ୍ତୁ। ଏଥିରେ ଫାଇବର୍‌, ଆଇରନ୍‌, କ୍ୟାଲ୍‌ସିୟମ୍‌, ଭିଟାମିନ୍‌ ସମେତ ଅନେକ ପୋଷକ ତତ୍ବ ରହିଛି। ଯାହା ଆପଣଙ୍କ ହାଡକୁ ମଜବୁତ କରିବା ସହିତ ଆପଣଙ୍କୁ ଯୁବା ଦେଖାଇବାରେ ସାହାଯ୍ୟ କରେ ।

Spread the love