ଦୋକାନ ବାରଣ୍ଡାରୁ ଦୋକାନୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପୁଅ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ତ । ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ହତ୍ୟା କଲେ ଦୁର୍ବୃତ୍ତ । ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାର୍‌ଗୁଡ଼ା ଗାଁ ନିକଟରେ ଘଟିଛି ଏଭଳି ଜଘନ୍ୟକାଣ୍ଡ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାର୍‌ଗୁଡ଼ା ଗାଁ ରେଲୱେ ଫାଟକ ପାଖରେ ଗୋପବନ୍ଧୁ ସେଠ ପାନ ଦୋକାନ କରିଥିଲେ। ସବୁ ଦିନ ଭଳି ସେ ଗତକାଲି ରାତି ସମୟରେ ଦୋକାନ ସମ୍ମୁଖରେ ମଶାରୀ ଟାଣି ଶୋଇଥିଲେ। ଏହି ସମୟରେ କେହି ଗୋପବନ୍ଧୁଙ୍କ ମୁଣ୍ତରେ ମରାଣାତ୍ମକ ଆକ୍ରମଣ କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଗୋପବନ୍ଧୁଙ୍କୁ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ କେହି ହତ୍ୟା କରିଥିବା ନେଇ ପୁଅ ଅନୀଲ ସେଠ ବରପାଲି ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ପୂର୍ବରୁ ଗୋପବନ୍ଧୁ ସେଠଙ୍କ ଓ କିଛି ଗାଁର ପଡୋଶୀଙ୍କ ସହ ଗଣ୍ଡଗୋଳ ହୋଇଥିବା କଥା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ପୁଅ । ସେମାନେ ମିଶି ମୋ ବାପାଙ୍କୁ ମାରିଛନ୍ତି ବୋଲି ଥାନାରେ କହିଛନ୍ତି। ଘଟଣାସ୍ଥଳରେ ବରପାଲି ପୋଲିସ, ସାଇଣ୍ଟିଫିକ ଟିମ୍ ସହ ସନ୍ଧାନି କୁକୁର ତଦନ୍ତ ଆରମ୍ଭ କରିଛନ୍ତି ।

Spread the love