ବିଜେଡିରୁ ବିଦା ହେଲେ ବିପିନ ଚନ୍ଦ୍ର ପ୍ରଧାନ

ବ୍ରହ୍ମପୁର : ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ । ବିଜେଡିରୁ ବିପିନ ଚନ୍ଦ୍ର ପ୍ରଧାନ ବହିଷ୍କୃତ । ଦିଗପହଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ । ଦଳ ବିରୋଧୀ କାମ ପାଇଁ ତାଙ୍କୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ଦଳ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ବେଳେ ହଙ୍ଗାମା ହୋଇଥିଲା ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଏହି ଘଟଣା ପରେ ବିପିନ ଚନ୍ଦ୍ର ପ୍ରଧାନଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି ।

Spread the love