ମଇଁଷି ଚରାଳିକୁ କୁମ୍ଭୀର ଟାଣି ନେବା ଘଟଣା, ୨୪ ଘଣ୍ଟା ପରେ ମିଳିଲା ଅଭୟ ରାଉତଙ୍କ ମୃତଦେହ

୨୪ ଘଣ୍ଟା ପରେ ମିଳିଲା ନିଖୋଜ ଅଭୟ ରାଉତଙ୍କ ମୃତଦେହ। ରାଜନଗର ବ୍ରାହ୍ମଣୀ ନଦୀର ଏକମାଣିଆ ଗାଁ ନିକଟରୁ ମୃତଦେହ ଉଦ୍ଧାର କଲେ ଗ୍ରାମବାସୀ ଓ ବନବିଭାଗ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ରାଜପୁର ଗାଁର ଅଭୟ ରାଉତଙ୍କୁ ଗତକାଲି ପାଣି ଭିତରକୁ ଟାଣି ନେଇଥିଲା କୁମ୍ଭୀର। ଅଭୟ ମଇଁଷି ଚରାଇ ସାରିବା ପରେ ପୁଅ ସହ ମିଶି ଖାଇ ସାରିବା ପରେ ହାତ ଧୋଇବା ସମୟରେ କୁମ୍ଭୀର ଟାଣିନେଇଥିଲା।ଏହାପରେ ବୋଟ ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲା ଅଗ୍ନିଶମ ଓ ବନବିଭାଗ। ୨୪ ଘଣ୍ଟା ପରେ ଆଜି ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗତ ୨ ମାସ ମଧ୍ୟରେ ୪ ଜଣଙ୍କୁ ଟାଣି ନେଲାଣି ମଣିଷ ଖିଆ କୁମ୍ଭୀର। ବାରମ୍ବାର କୁମ୍ଭୀର ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବାବେଳେ ତୁରନ୍ତ ପ୍ରତିକାର ପାଇଁ ଦାବି ହେଉଛି।

Spread the love