ନୟାଗଡ଼ କଣ୍ଟିଲୋ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା GI ଟ୍ୟାଗ ମାନ୍ୟତା, ସୂଚନା ଦେଲେ ନୟାଗଡ଼ ଜିଲ୍ଲାପାଳ

ନୟାଗଡ଼ : ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା GI ଟ୍ୟାଗ ମାନ୍ୟତା। କଣ୍ଟିଲୋ ଅଂଚଳରେ ଉତ୍ପାଦିତ ଏହି ସ୍ୱତନ୍ତ୍ର କୃଷିଜାତ ଦ୍ରବ୍ୟକୁ GI ଟ୍ୟାଗ ମାନ୍ୟତା ମିଳିବା ପରେ କଣ୍ଟେଇମୁଣ୍ଡି ବାଇଗଣର ସ୍ୱତନ୍ତ୍ରତା ବୃଦ୍ଧି ପାଇଛି। ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଏହି ବାଇଗଣର ସ୍ୱାଦ ମଧ୍ୟ ଭାରୀ ନିଆରା। କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା GI ଟ୍ୟାଗ ମାନ୍ୟତା ମିଳିବା ପରେ  ନୟାଗଡ଼ ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି। କିଛି ମାସ ପୂର୍ବରୁ ନୟାଗଡ଼ ଜିଲ୍ଲା ପ୍ରଶାସନ ସହାୟତାରେ କଣ୍ଟିଲୋ ସ୍ଥିତ ନୀଳମାଧବ କୃଷି ସଂଗଠନ ଆବେଦନ କରିଥିଲା।  ଗତ ଡିସେମ୍ବର ୬ ତାରିଖରେ ଏହାର ସମୀକ୍ଷା କରିବା ପାଇଁ GIର ଏକ ଟିମ ଭୁବନେଶ୍ୱର ଆସିଥିଲା ।  ଏଥିରେ ଭୁବନେଶ୍ୱର OUAT ସହଯୋଗ କରିଥିଲା । କଣ୍ଟେଇମୁଣ୍ଡି ବାଇଗଣକୁ GI ଟ୍ୟାଗ ମିଳିବା ପରେ ଏହାକୁ ପ୍ରୋତ୍ସାହନ ଦେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ।

Spread the love